ରଥରେ ଛନ୍ଦା ଗୟଳ ମୋଡ଼ା ହୋଇ ଯୋକା ସ୍ଥାପନ ଶେଷ

ପୁରୀ: ଗୟଳ ମୋଡ଼ା ପରେ ଶନିବାର ରଥରେ ଯୋକା ସ୍ଥାପନ ହୋଇଛି । ଯୋକାରେ ଖାପ କରି ୪ଟି ବିନ୍ଧ କରାଗଲା । ବିଶ୍ୱକର୍ମା ଓ ଭୋଇସେବକମାନେ ରଥରେ ଯୋକା ସ୍ଥାପନ କରିବା ପରେ ଓଝା ସେବକମାନେ ଯୋକା କଣ୍ଟା ରଥରେ ପିଟିଥିଲେ । ରଥର କୋଣମାନଙ୍କରେ ଯୋକା ଫିଟିଂ କରାଯାଉଛି । ଯୋକା ଦ୍ୱାରା ରଥର ବିଭିନ୍ନ ଅଂଶକୁ ବାନେ୍ଧଣୀ କରାଯାଇଛି । ରଥର ଗୟଳ, ଦଣ୍ଡା ଓ ଅଖକୁ ଯୋକା ବାନ୍ଧି ରଖେ । ଏପଟେ ରଥ ଖଳାରେ ପ୍ରଥମ ଭୂଇଁର ଫ୍ରେମ ପ୍ରସ୍ତୁତ କରୁଛନ୍ତି ନିର୍ମାଣକାରୀ।

ନନ୍ଦିଘୋଷ ଓ ତାଳଧ୍ୱଜର ଯୋକା ସଂଖ୍ୟା ୧୬ ଲେଖାଏଁ । ଦେବଦଳନ ରଥରେ ୧୨ଟି ଯୋକା ଲାଗିଥାଏ । ତାଳଧ୍ୱଜ ରଥର ୪ କୋଣରେ ୪ଟି କରି ୧୬ଟି ଗୁଜ ଓ ସେହି ଅନୁସାରେ ଲାଗିବ ଯୋକା । ନନ୍ଦିଘୋଷ ରଥରେ ସେହି ଅନୁସାରେ ଯୋକା ବୁଲିବ । ଦେବଦଳନ ରଥରେ ୪ କୋଣରେ ୩ଟି କରି ୧୨ଟି ଯୋକା ଲଗାଯାଉଛି । ଦେବଦଳନ, ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ଗୟଳ ପଡ଼ିଲା । ଏହା ପରେ ଗୟଳ ଉପରେ ପଟା ପଡ଼ିଲେ ଚାରିପାର୍ଶ୍ବକୁ ଗଡ଼ାଣିଆ ରଥର ଚଟାଣ ପ୍ରସ୍ତୁତ ହେବ । ରଥର ୧୪ ନାହାକା ପ୍ରସ୍ତୁତ ରହିଛି । ଚାରିନାହାକା ଉପରେ ଛଅ କାଠ ବୁଲି ଚଉଦ ନାହାକା ବସିବ । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶକୁ ଚାହିଁ ଭୋଇ ସେବକମାନେ ରଥ କାର୍ଯ୍ୟରେ ଲାଗିଛନ୍ତି । ଖଳାରେ ଭୂଇଁ ଫ୍ରେମ୍‌ ପ୍ରସ୍ତୁତ ହୋଇ ନମ୍ବରିଂ ପରେ ରଥ ଉପରେ ଉଠିବ ପ୍ରଥମ ଭୂଇଁ । ରୁପକାର, କରତି ଓ ଓଝା ସେବକମାନେ ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

  • Related Posts

    ଟ୍ରେନରୁ ଖସି ଯୁବକ ମୃତ

    ଦିଗପହଣ୍ଡି: ଟ୍ରେନରୁ ଖସି ଯୁବକ ମୃତ। ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ ଘଟିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଚାଞ୍ଚଡାପଲ୍ଲୀ ଗାଁର ସାଗର ଜେନା ନାମକ ଯୁବକଙ୍କ ଟ୍ରେନରୁ ଖସି ମୃତ୍ୟୁ ହୋଇଛି। ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ…

    Continue reading
    ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

    ବାଲେଶ୍ବର: ଓଲନ୍ଦାସାରଗାଁ ଜଙ୍ଗଲରେ ଏକ ଗଛରେ ଝୁଲୁଥିବା ଗଳିତ ଶବକୁ ସଦର ଥାନା ପୁଲିସ ଶନିବାର ଉଦ୍ଧାର କରିଛି। ଉଦ୍ଧାର ମୃତବ୍ୟକ୍ତିଙ୍କ ଶରୀରର କିଛି ଅଂଶ ତଳେ ପଡ଼ିଥିବାବେଳେ ବାକି ଅଂଶ ଝୁଲନ୍ତା ଅବସ୍ଥାରେ ରହିଥିଲା। ତେବେ ବ୍ୟକ୍ତି ଜଣକ ଆତ୍ମହତ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ