ରାଜ୍ୟସଭାରେ ପାରିତ ହୋଇଛି ଅନଲାଇନ ଗେମିଂ ପ୍ରଚାର ଓ ନିୟନ୍ତ୍ରଣ ବିଲ ୨୦୨୫

ନୂଆଦିଲ୍ଲୀ: ଦେଶରେ ବ୍ୟାନ ହେବ ସମସ୍ତ ଟଙ୍କା ଲଗାଣକାରୀ ଅନଲାଇନ ଗେମ୍‌। ଏ ସଂକ୍ରାନ୍ତ ବିଲ ଆଇନରେ ପରିଣତ ହେବାକୁ ଯାଉଛି। ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ଅନଲାଇନ ଗେମିଂ ପ୍ରଚାର ଓ ନିୟନ୍ତ୍ରଣ ବିଲ ୨୦୨୫। ଲୋକସଭା ଭଳି ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏହି ବିଲ ପାରିତ ହୋଇଛି।ବିରୋଧୀ ବିହାରରେ ଚାଲିଥିବା ଭୋଟର ସଂଶୋଧନ ସର୍ଭେ ବା ଏସଆଇଆର ଉପରେ ଆଲୋଚନା କରିବାକୁ ଦାବି କରୁଥିବା ବେଳେ ବାଚନିକ ଭୋଟ ମାଧ୍ୟମରେ ସରକାର ଅନଲାଇନ ଗେମିଂ ପ୍ରଚାର ଓ ନିୟନ୍ତ୍ରଣ ବିଲ ପାସ କରାଇ ନେଇଛନ୍ତି। ସଂସଦର ଉଭୟ ଗୃହରେ ଏହା ପାରିତ ହୋଇଥିବା ବେଳେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇଁ ଏହାକୁ ପଠାଯିବ।ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଆଇନ ଲାଗୁ ହେବା ମାତ୍ରେ ଦେଶରେ କାର୍ୟ୍ୟକ୍ଷମ ହେଉଥିବା ସମସ୍ତ ଟଙ୍କା ଲଗାଣକାରୀ ଗେମ ବା ରିୟଲ ମନି ଆପ ବ୍ୟାନ ହୋଇଯିବ। ଯଦି କୌଣସି କମ୍ପାନୀ ରିୟଲ ମନି ଗେମ୍ସର ସୁବିଧା ଉପଲବ୍ଧ କରନ୍ତି, ତା’ହେଲେ ଏଥିପାଇଁ ୩ ବର୍ଷର ଜେଲ ଓ ୧ କୋଟି ଟଙ୍କାର ଜୋରିମାନା ଲାଗୁ ହେବ। ସେହିପରି ଏପରି ଗେମିଂ ଆପ୍‌ର ବିଜ୍ଞାପନ କଲେ ବା ପ୍ରଚାର ପ୍ରସାର କଲେ ୨ ବର୍ଷ ଯାଏ ଜେଲ ଓ ୫୦ ଲକ୍ଷ ଟଙ୍କା ଯାଏ ଜୋରିମାନା ଲାଗୁ କରାଯିବ।

  • Related Posts

    ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି

    ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ)। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ କିପରି ନିଜର ସୁରକ୍ଷା ବଜାୟ ରଖିବେ, ବୃତ୍ତିଗତ ନିରପେକ୍ଷତା ଅବଲମ୍ବନ କରିବେ ଏବଂ…

    Continue reading
    ବୋନସ ଘୋଷଣା କଲେ କେନ୍ଦ୍ର ସରକାର

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ‘ନନ-ପ୍ରଡକ୍ଟିଭିଟି ଲିଙ୍କଡ’ (ଆଡ-ହକ) ବୋନସ ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବୋନସର ହିସାବ ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଏ। ଅର୍ଥାତ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି