ଲଗାଣ ବର୍ଷା ଧୋଇ ନେଲା ଅସ୍ଥାୟୀ କାଠ ପୋଲ, ବାହ୍ୟଜଗତରୁ ବିଚ୍ଛିନ୍ନ ଦେସିଙ୍କୁଳି ଗ୍ରାମ

ଦେବଗଡ଼:ତିଲେଇବଣି ବ୍ଲକର ଦେସୀଙ୍କୁଳି ଗାଁରେ ଆଜି ଲଗାଣ ବର୍ଷାରେ ଧୋଇ ନେଇଛି ଅସ୍ଥାୟୀ କାଠ ପୋଲ।ନାଳରେ ପ୍ରବଳ ପାଣି ପ୍ରବାହ ହେଉଥିବାବେଳେ ଉକ୍ତ ଗାଁ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲଲ ନିର୍ମାଣ କରିବା ପାଇଁ ଜିଲ୍ଲାପ୍ରଶାସନ ନିକଟରେ ଗ୍ରାମବାସୀମାନେ ଦାବି କରିଥିଲେ।କିନ୍ତୁ ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀମାନେ ସେହି ନାଳ ଉପରେ ଏକ ଅସ୍ଥାୟୀ କାଠ ପୋଲ ତିଆରି କରି ଯିବା ଆସିବା କରୁଥିଲେ। କିନ୍ତୁ ଉକ୍ତ ଅସ୍ଥାୟୀ କାଠ ପୋଲି ଆଜି ବର୍ଷାରେ ଧୋଇହୋଇଯାଇଛି।।ସୂଚନା ଅନୁଯାୟୀ,ଦେସୀଙ୍କୁଳି ଗାଁରେ ବସବାସ କରୁଛନ୍ତି ୪୧ଜଣ ଆଦିବାସୀ ପରିବାର।ବଣ ପାହାଡ଼ ଘେରା ଏହି ଗାଁକୁ ରହିଛି କେବଳ ଗୋଟିଏ ମାତ୍ର ରାସ୍ତା।ନିକ୍ତିମାଳ ନାଳ ଉପରେ ଏହି ଗାଁକୁ ଯାତାୟତ ପାଇଁ ସରକାର ବହୁ ବର୍ଷ ପୂର୍ବରୁ ନିର୍ମାଣ କରିଥିଲେ ଗୋଟିଏ ପୋଲ।ଏହି ପୁରୁଣା ପୋଲଟି କିଛି ବର୍ଷ ପୂର୍ବରୁ ବର୍ଷାରେ ଧୋଇ ହୋଇ ଭୁସୁଡିପଡିଥିଲା।ପୋଲଟି ଭୁସୁଡିପଡିବା ଫଳରେ ମୁଖ୍ୟରାସ୍ତାକୁ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ନାଳ ଉପରେ ନୂତନ ପୋଲଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ।ଗ୍ରାମବାସୀମାନେ ବାଧ୍ୟ ହୋଇ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ବିପଦସଂଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଥିଲେ।ଗ୍ରାମକୁ ତୁତନ୍ତ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

  • Related Posts

    ପିଆଜ ଦର ବୃଦ୍ଧି

    କଟକ: ଡାଲି, ତେଲ ,ଚାଉଳ, କଞ୍ଚା ପରିବା ପରେ ଏବେ ପିଆଜ ଦର ବୃଦ୍ଧି ହୋଇଛି । ଯେଉଁ ପିଆଜ ଦର ଗତ କିଛି ଦିନ ତଳେ ସ୍ୱାଭାବିକ ଥିଲା, ଏବେ ହଠାତ୍‌ ବୃଦ୍ଧି ପାଇଛି । ପୂର୍ବରୁ ପିଆଜ କିଲୋପ୍ରତି…

    Continue reading
    ଆଜିଠୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ

    ଭୁବନେଶ୍ବର: ଆଜିଠୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ । ରାଜ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଡ଼ି ପବନ ବହିବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକୁ ପ୍ରବଳରୁ ଅତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ