
ଭୁବନେଶ୍ୱର: ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏଣେ ଏକାମ୍ରକ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିରରେ ଗମ୍ଭୀର ନୀତି ବିଭ୍ରାଟ ଦେଖାଦେଇଛି। ଶ୍ରାବଣ ପାଉଣା ବଣ୍ଟନକୁ ନେଇ ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାରୁ ଗତକାଲି ସନ୍ଧ୍ୟାରୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି। ଆଜି ସକାଳୁ ବଡୁ ସେବକମାନେ ଆସି ନିଜର ନୀତି ସମ୍ପାଦନ କରିଥିଲେ ବି ପୂଜାପଣ୍ଡା ସେବାୟତମାନେ ଅନୁପସ୍ଥିତ ରହିବାରୁ ପୂଜାର୍ଚ୍ଚନା ହୋଇପାରିନାହିଁ।ଫଳରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ କାଉଡ଼ିଆମାନେ ବିନା ପୂଜାରେ କେବଳ ଜଳ ଲାଗି କରି ଫେରୁଛନ୍ତି।




