ସାମ୍ବାଦିକତାରେ କେବଳ ଲୋକପ୍ରିୟତା ନଦେଖି କର୍ତ୍ତବ୍ୟବୋଧକୁ ଆପଣାଇବାକୁ ହେବ

ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଉତ୍ତମ ନାଗରିକ ସଂସ୍କୃତି ନିର୍ମାଣରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ କେବଳ ପାଠକବୃଦ୍ଧି ପଛରେ ନ ଧାଇଁ ନିରପେକ୍ଷ, ସତ୍ୟ ଓ ନିର୍ଭୀକ ଖବର ପ୍ରସାରଣ କରି ନିଜର ନୈତିକ ଦାୟିତ୍ୱ ନିର୍ବାହ କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଲୋକପ୍ରିୟତା ଅର୍ଜନ ପାଇଁ ଅନେକ ସମୟରେ ଭ୍ରମାତ୍ମକ ଖବର ପ୍ରସାରିତ ହେଉଥିବାରୁ ପ୍ରେସ୍‌ର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସାମାଜିକ ଗଣମାଧ୍ୟମର ଶସ୍ତା ଲୋକପ୍ରିୟତା ପଛରେ ନ ଧାଇଁ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ପ୍ରତନିଧି ପ୍ରତ୍ୟେକ ଖବରର ସତ୍ୟତା ଯାଞ୍ଚ କରି ଲୋକଲୋଚନକୁ ଆଣିବା ବିଧେୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି ।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ସାମ୍ବାଦିକ ଦାୟିତ୍ୱବାନ ହୋଇ ନିଜର କର୍ତ୍ତବ୍ୟ ପାଳନ କରିବାର ଆବଶ୍ୟକତା ରହିଛି । ସବୁ ସମୟରେ ନିଜକୁ ନିୟନ୍ତ୍ରିତ ଓ କଠୋର ଅନୁଶାସନ ମଧ୍ୟରେ ଜଣେ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟ କଲେ ଏହାର ପ୍ରଭାବ ଚିରସ୍ଥାୟୀ ରହିଥାଏ ବୋଲି ସେ ମତ ପ୍ରକାଶ କରିବା ସହ ଦେଶ ଓ ଜାତି ନିର୍ମାଣରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଥିଲେ । ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ଚଳିତ ବର୍ଷର ଶୀର୍ଷକ ‘ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଉପରେ ଆଲୋକପାତ କରି ସେ କାମଳ ସାମ୍ବାଦିକତାରୁ ଊଦ୍ଧ୍ୱର୍କୁ ଯାଇ ସାମ୍ବାଦିକମାନେ ସାମାଜିକ ପ୍ରତିବଦ୍ଧତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର କହିଲେ ଯେ ଖବର ପ୍ରସାରଣ ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବା ଏବଂ ସମ୍ବେଦନଶୀଳ ଖବର ପ୍ରସାରଣ ବେଳେ ଅଧିକ ଦାୟିତ୍ୱବାନ ହେବା ପ୍ରତ୍ୟେକ ସାମ୍ବାଦିକର ଆଭିମୁଖ୍ୟ ହେବା ଉଚିତ । ବିଭିନ୍ନ ଆଲେଖ୍ୟ ଉପସ୍ଥାପନ କରି ମୌଳିକ ଦାର୍ଶନିକ ଧାରଣାରୁ ଜୀବନ ଓ ସ୍ୱାଧୀନତା ସଂପର୍କରେ ମତ ରଖି ଦାୟିତ୍ୱବାନ ସାମ୍ବାଦିକତା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ଆଜିର କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ବିଶ୍ୱାଳ ପୌରୋହିତ୍ୟ କରି କହିଥିଲେ ଯେ ଯୁଗ ସହ ତାଳଦେଇ ସମ୍ବାଦ ପରିବେଷଣର ପରିବର୍ତ୍ତନ ହେଉଛି । କିନ୍ତୁ ସାମ୍ବାଦିକତାର ମୌଳିକତାରେ କୌଣସି ପରିବର୍ତ୍ତନ ଆସିନାହିଁ । ବର୍ତ୍ତମାନର ଯୁବଗୋଷ୍ଠୀ ଓ ସାମାଜିକ ଗଣମାଧ୍ୟମର ବ୍ୟବହାର ସାମ୍ବାଦିକତାର ପରିଭାଷାକୁ ପରିବର୍ତ୍ତନ କରିଥିଲେ ସୁଦ୍ଧା ସମ୍ବାଦ ପରିବେଷଣର ମୌଳିକତା ଅକ୍ଷୁଣ୍ଣ ରଖିବାରେ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ସେ କହିଥିଲେ ।

ଏହି ଅବସରରେ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବାରୁ ଶ୍ରୀ ଶଶାଙ୍କ ଶେଖର ଦାଶ, ‘ପେପରମ୍ୟାନ୍‌ ଇଣ୍ଡିଆ’ଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସମ୍ବାଦପତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ବିଦେଶର ସମ୍ବାଦପତ୍ର ସ୍ଥାନିତ ହୋଇଛି । ଏଥିରେ ବିଭିନ୍ନ ପତ୍ରପତ୍ରିକା, ବିଦେଶୀ ଖବରକାଗଜ, ଓଡ଼ିଆ ଦୈନିକ ଓ ପୁରାତନ ଖବରକାଗଜ ସମେତ ପ୍ରାୟ ଏକ ହଜାରଟି ଖବରକାଗଜ ଓ ପତ୍ରପତ୍ରିକା ସ୍ଥାନିତ ହୋଇଛି ।
ନିର୍ଦ୍ଦେଶକ (ବୈଷୟିକ) ଶ୍ରୀମତୀ ସ୍ମିତା କର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଜାମ୍ବର ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀ, ବହୁ ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

  • Related Posts

    ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ

    ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆସିଛି ଅତିରିକ୍ତ ବଜେଟ୍। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ଅତିରିକ୍ତ ବଜେଟରେ କୃଷି ଓ କୃଷକଙ୍କ କଲ୍ୟାଣ…

    Continue reading
    ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆର୍‌ଡିସି

    ଇନ୍ଦ୍ରଗଡ଼ ପଞ୍ଚାୟତ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଘଟିଥିବା ବ୍ୟାପକ କ୍ଷୟକ୍ଷତି ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସହ ଆଗାମୀ ବାତ୍ୟା ଆକଭନ ର ପ୍ରସ୍ତୁତ ସମ୍ପର୍କରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !