ଜଗତସିଂହପୁର,୦୪/୧୧: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ କାର୍ଯ୍ୟ କରୁଥିବା ଜଣେ ଓଡିଆ ଯୁବକଙ୍କୁ ସେଠାକାର ବିଦ୍ରୋହୀ ସେନା ପଣବନ୍ଦୀ ରଖିଥିବା ଜଣାପଡିଛି। ମିଳିଥିବା ଭିଡିଓ ଫୁଟେଜ ଅନୁଯାୟୀ, ଯୁବକଙ୍କୁ ଦୁଇ ଜଣ ବିଦ୍ରୋହୀ ଯବାନ ବନ୍ଧୁକ ମୁନରେ ଘେରିଥିବାବେଳେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ତାଙ୍କୁ ତୁରନ୍ତ ବିଦ୍ରୋହୀଙ୍କ କବଳରୁ ମୁକୁଳାଇବାକୁ ଯୁବକ ଜଣକ ଯୋଡହସ୍ତରେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଥିବା ଭିଡିଓରୁ ଜଣାପଡିଛି।
ସୂଚନା ମୁତାବକ ପଣବନ୍ଦୀ ଥିବା ଯୁବକ ଆଦର୍ଶ ବେହେରା (୩୬) ଓ ସେ ଜଗତସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳର ବୋଲି ଜଣାପଡ଼ିଛି। ୨୦୨୨ରୁ ସୁଦାନର ଅଲ୍-ଫସିର ସହରରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ସେ କାର୍ଯ୍ୟ କରୁଛନ୍ତି। କିଛି ଦିନ ପୂର୍ବେ ସୁଦାନରେ ସକ୍ରିୟ ଥିବା ଆରଏସଏଫ୍ (ୠାପିଡ ସପୋର୍ଟ ଷ୍ଟାଫ୍) ସେନା ଅଲ୍-ଫସିର ସହରକୁ ସମ୍ପୂର୍ଣ୍ଣ କବ୍ଜା କରିବାରେ ସଫଳ ହୋଇଛି। ଆରଏସଏଫ୍ ସୈନ୍ୟମାନେ ସେହି ସମୟରେ ଅଲ୍-ବସିରର ଏକ ଡାକ୍ତରଖାନା ଉପରେ ଆକ୍ରମଣ କରିଥିବାବେଳେ ୪୬୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ଆରଏସଏଫ୍ ପକ୍ଷରୁ କିଛି ଲୋକଙ୍କୁ ଅପହରଣ କରି ଅଲ୍-ଫସିରରୁ ନ୍ୟାଲା ସହରକୁ ଅଣାଯାଇଥିଲା। ଆଦର୍ଶ ସେହି ଅପହୃତଙ୍କ ତାଲିକାରେ ସାମିଲ ଥିବା ଅନୁମାନ କରାଯାଉଛି। ଅପହର୍ତ୍ତା ସୈନ୍ୟ ଦ୍ବୟ ଆଦର୍ଶଙ୍କୁ ପ୍ରଶ୍ନ କରିଥିଲେ ଯେ ତୁମେ କ’ଣ ଶାହରୁଖ ଖାନଙ୍କୁ ଚିହ୍ନିଛ ? ଅନ୍ୟ ଜଣେ ସୈନ୍ୟ ଆରଏସଏଫ୍ ନେତା ମହମ୍ମଦ ହାମଦାନ ଡାଗାଲୋଙ୍କ ନାମ ଉଚ୍ଚାରଣ କରିବାକୁ ଆଦର୍ଶଙ୍କୁ ବାଧ୍ୟ କରୁଥିବା ଭିଡିଓରେ ଲକ୍ଷ୍ୟ କରାଯାଇଛି।
ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ
ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…


