ସୋମବାରଠୁ ଆରମ୍ଭ ହେବ ମାଗଣା ୟୁପିଏସ୍‌ସି କୋଚିଂ ପାଇଁ ଆବେଦନ

ଭୁବନେଶ୍ୱର: ୨୦୨୬ ୨୭ ବର୍ଷ ପାଇଁ ୟୁପିଏସ୍‌ସି ମାଗଣା କୋଚିଂ ପାଇଁ ଆବେଦନ ଆସନ୍ତା ୮ ତାରିଖ (ସୋମବାର)ଠୁ ଆରମ୍ଭ ହେବ । ୧୯ ତାରିଖ ଯାଏ ଆବେଦନ କରିହେବ । ୨୦ ତାରିଖରେ ଫର୍ମ ସଂଶୋଧନର ସୁଯୋଗ ଦିଆଯିବ । ୨୮ରେ ପ୍ରବେଶିକା ପରୀକ୍ଷା ହେବ । ଏଥିପାଇଁ ଜୁନ୍ ୨୪ ତାରିଖରେ ସାମ୍ସ ଓ ଏଚ୍ଆଇଏମ୍ଏସ୍ ପୋର୍ଟାଲ୍‌ରେ ଆଡମିଟ୍ କାର୍ଡ ମିଳିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ, ସୋମବାର ଦିନ ୧୧ଟାରୁ ସାମ୍ସ ପୋର୍ଟାଲ୍‌ରେ ଆବେଦନ ପାଇଁ ୱେବ୍ସାଇଟ୍ ଖୋଲିବ । ୧୯ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଆବେଦନର ସୁଯୋଗ ରହିବ । ୨୯ ତାରିଖରେ ପ୍ରୋଭିଜ୍ନାଲ ଆନ୍ସର କି’ ସାମ୍ସ ଓ ଏଚ୍ଆଇଏମ୍ଏସ୍ ପୋର୍ଟାଲ୍ରେ ଉପଲବ୍ଧ ହେବ । ଜୁଲାଇ ୨ରୁ ୩ ତାରିଖ ମଧ୍ୟରେ ପରୀକ୍ଷାର୍ଥୀ ପ୍ରୋଭିଜ୍ନାଲ ଆନ୍ସର କି’କୁ ଚ୍ୟାଲେଞ୍ଜ କରିପାରିବେ । ଜୁଲାଇ ୮ ରେ ସଂଶୋଧିତ ଆନସର କି’ ପ୍ରକାଶ ପାଇବ । ସିଲେକ୍ସନ୍ ତାଲିକା, ଡକ୍ୟୁମେଣ୍ଟ ସଂଶୋଧନ, ପାଠପଢ଼ା କେବେଠୁ ଆରମ୍ଭ ହେବ ସେନେଇ ପରବର୍ତ୍ତୀ ଚିଠି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯିବ ।

ଇଛୁକ ଶିକ୍ଷାର୍ଥୀ ସାମ୍ସ ୱେବ୍ସାଇଟ୍ www.dhe.odisha.gov.in/ https://degree.samsodisha.gov.in/CSC/default.aspxରେ ଆବେଦନ କରିପାରିବେ । ଆବେଦନ ଫି ୧୦୦ ଟଙ୍କା ରଖାଯାଇଛି । ଷ୍ଟାଫ୍ ସିଲେକ୍ସନ୍ ବୋର୍ଡ ପକ୍ଷରୁ ପ୍ରବେଶିକା ପରୀକ୍ଷା କରାଯିବ । ପ୍ରବେଶିକା ପରୀକ୍ଷା ୨ଟି ସେକ୍ସନରେ ହୋଇପାରେ । ସେକ୍ସନ୍-ଏରେ ଜେନେରାଲ ଷ୍ଟଡିଜ୍, ସେକ୍ସନ୍-ବିରେ ଆପ୍ଟିଚୁଡ୍ ଟେଷ୍ଟ ରହିବ । ପରୀକ୍ଷାର ସମୟ ୨ ଘଣ୍ଟା ରହିବ । ସେକ୍ସନ୍ ବି ପରୀକ୍ଷାରେ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ରଖିବା ଆବଶ୍ୟକ ।

ୟୁପିଏସ୍‌ପି ପାଠ୍ୟକ୍ରମ ଅନୁଯାୟୀ ପରୀକ୍ଷାରେ ପ୍ରଶ୍ନ ଆସିପାରେ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ୨୦୦ ଶିକ୍ଷାର୍ଥୀଙ୍କୁ ମାଗଣାରେ ୟୁପିଏସ୍ସି କୋଚିଂ ଦିଆଯିବ । ଏଥିରୁ ୩୩ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ । ୨୧ରୁ ୩୦ ବର୍ଷ ମଧ୍ୟରେ ପିଲାମାନେ ଏହି କୋଚିଂ ପାଇଁ ଆବେଦନ କରିପାରିବେ । ୧୧ ମାସ ପାଇଁ କୋଚିଂ ଦିଆଯିବ । ଆବାସିକ କୋଚିଂ ଦିଆଯିବ । ରହିବା, ଖାଇବାର ସୁବିଧା ମଧ୍ୟ କରିବେ ସରକାର ।

  • Related Posts

    ଟ୍ରେନରୁ ଖସି ଯୁବକ ମୃତ

    ଦିଗପହଣ୍ଡି: ଟ୍ରେନରୁ ଖସି ଯୁବକ ମୃତ। ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ ଘଟିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଚାଞ୍ଚଡାପଲ୍ଲୀ ଗାଁର ସାଗର ଜେନା ନାମକ ଯୁବକଙ୍କ ଟ୍ରେନରୁ ଖସି ମୃତ୍ୟୁ ହୋଇଛି। ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ…

    Continue reading
    ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

    ବାଲେଶ୍ବର: ଓଲନ୍ଦାସାରଗାଁ ଜଙ୍ଗଲରେ ଏକ ଗଛରେ ଝୁଲୁଥିବା ଗଳିତ ଶବକୁ ସଦର ଥାନା ପୁଲିସ ଶନିବାର ଉଦ୍ଧାର କରିଛି। ଉଦ୍ଧାର ମୃତବ୍ୟକ୍ତିଙ୍କ ଶରୀରର କିଛି ଅଂଶ ତଳେ ପଡ଼ିଥିବାବେଳେ ବାକି ଅଂଶ ଝୁଲନ୍ତା ଅବସ୍ଥାରେ ରହିଥିଲା। ତେବେ ବ୍ୟକ୍ତି ଜଣକ ଆତ୍ମହତ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ