‘ସ୍ୱତନ୍ତ୍ର ସଘନ ପ୍ରକ୍ରିୟା’ ଅଧିନରେ ଆପତ୍ତି ଦାଖଲ ପାଇଁ ଧାର୍ଯ୍ୟ ସମୟସୀମା ବୃଦ୍ଧି କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ

 ଦାବୀ ଓ ଆପତ୍ତି ଦାଖଲ ପ୍ରକ୍ରିୟା ହେଉଛି ଭୋଟର ତାଲିକା ସଂଶୋଧନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ
 ଏକ ସଂପୂର୍ଣ୍ଣ, ସଠିକ ଓ ତୃଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ପାଇଁ ସମୟସୀମା ବୃଦ୍ଧିର ଆବଶ୍ୟକତା ରହିଛି
ଭୁବନେଶ୍ୱର: ରାଜ୍ୟର ଅନେକାଂଚଳରେ ଲଗାତାର ମୈାସୁମୀ ବର୍ଷା ଏବଂ ଲଘୁଚାପଜନିତ ଯୋଗୁଁ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳବନ୍ଦୀ ଅବସ୍ଥା, ଗ୍ରାମାଂଚଳ ଓ ସହରାଂଚଳ ବୁଡିଯିବା, ଗଛ ସବୁ ଉପୁଡିଯିବା, ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ଏବଂ ଯାତାୟତରେ ବାଧାପ୍ରାପ୍ତ ହେବା ଯୋଗୁଁ ସାଧାରଣ ଜୀବନଯାପନ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଅନ୍ୟ ପଟେ ରାଜ୍ୟରେ ସ୍ୱତନ୍ତ୍ର ସଘନ ପ୍ରକ୍ରିୟା (ଏସଆଇଆର) ଜାରୀ ରହିଥିବାବେଳେ ଦାବୀ ଓ ଆପତ୍ତି ଦାଖଲର ସମୟ ସୀମା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଅଛି । ଦୁର୍ଭାଗ୍ୟବଶତଃ ଏହି ଧାର୍ଯ୍ୟ ସମୟସୀମା ସାଂପ୍ରତିକ ବନ୍ୟା ବିପତ୍ତି ସମୟ ସହ ସମାନ ହୋଇଯାଇଛି । ଏହି ଅସାଧାରଣ ପରିସ୍ଥିତି ଯୋଗୁଁ ବୁଥ୍ ଲେଭଲ ଅଫିସର (ବିଏଲଓ), ଅନ୍ୟାନ୍ୟ ନିର୍ବାଚନୀ ଅଧିକାରୀ, ରାଜନୈତିକ ଦଳର ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀମାନେ ସ୍ୱତନ୍ତ୍ର ସଘନ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାରେ ବାଧା ସୃଷ୍ଟି ହୋଇଛି ବୋଲି ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି କହିଛନ୍ତି ।
ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସ୍ମାରକ ପତ୍ର ପ୍ରସଙ୍ଗରେ ସୁଚନା ଦେଇ ଡ.ମହାନ୍ତି କହିଛନ୍ତି ଯେ; ଦାବୀ ଓ ଆପତ୍ତି ଦାଖଲ ପ୍ରକ୍ରିୟା ହେଉଛି ଭୋଟର ତାଲିକା ସଂଶୋଧନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଯୋଗ୍ୟ ନାଗରିକମାନଙ୍କୁ ନିଜ ନାମ ସାମିଲ କରିବା, ତଥ୍ୟର ସଂଶୋଧନ କରିବା ଏବଂ ମୃତ / ସ୍ଥାନାନ୍ତରିତ, ଦୋହରା କିମ୍ବା ଅଯୋଗ୍ୟ ଭୋଟରଙ୍କ ନାମ ହଟାଇବା ପାଇଁ ସୁଯୋଗ ଦେଇଥାଏ । ଏହି ପ୍ରକ୍ରିୟାରେ ପ୍ରତ୍ୟେକ ଅଂଶୀଦାରଙ୍କ ସହଭାଗିତା ନିଶ୍ଚିନ୍ତ କରିବା ଭୋଟର ତାଲିକାର ସଠିକତା, ସର୍ବସମାବେଶୀତା ଏବଂ ସ୍ୱଚ୍ଛତା ପାଇଁ ଅତ୍ୟନ୍ତ ଆବଶ୍ୟକ । ଏଭଳି ପ୍ରତିକୁଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଏକ ସଂପୂର୍ଣ୍ଣ, ସଠିକ ଓ ତୃଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ପାଇଁ ସ୍ୱତନ୍ତ୍ର ସଘନ ପ୍ରକ୍ରିୟା ଅଧୀନରେ ଦାବୀ ଓ ଆପତ୍ତି ଦାଖଲ ପାଇଁ ଧାର୍ଯ୍ୟ ସମୟସୀମା ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି ବୋଲି ଡ.ମହାନ୍ତି କହିଛନ୍ତି ।
ଏହି ପ୍ରତିନିଧି ଦଳରେ ଅନ୍ୟତମ ରାଜ୍ୟ ଉପସଭାପତି ଶ୍ରୀ ବିଷ୍ଣୁ ଦାସ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ, ରାଜ୍ୟ ପ୍ୟାନେଲିଷ୍ଟ ଶ୍ରୀ ପତଞ୍ଜଳୀ କର ଶର୍ମା, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ଶ୍ରୀ ରଶ୍ମୀ ରଞ୍ଜନ କାନୁନଗୋ ଏବଂ ଶ୍ରୀ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading
    ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

    ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ