୧୭ଟି ଏମ୍‌ଓୟୁ ଓ ୧୨୭୯ କୋଟି ଟଙ୍କାର ନିବେଶ ପାଇଁ ସହମତି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦୁଇଦିନ ଧରି ଚାଲିଥିବା ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ‘କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ- ଓଡ଼ିଶାରେ ନିରନ୍ତର ଖାଦ୍ୟ ଓ ଅଭିବୃଦ୍ଧି’ ଶୀର୍ଷକ ଆଲୋଚନା ହୋଇଯାଇଛି ।

ଏହି ଅଧିବେଶନରେ ମୋଟ ୧୭ଟି ଏମ୍‌ଓୟୁ ସ୍ୱାକ୍ଷରିତ ହେବା ସହ ପ୍ରାୟ ୧୨୮୯ କୋଟି ଟଙ୍କାର ନିବେଶ ପାଇଁ ନିବେଶକମାନେ ସହମତି ପ୍ରଦାନ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧିବେଶନରେ ନିବେଶକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ବିକଶିତ ଓଡ଼ିଶା ଗଠନ କରିବାକୁ ହେବ । ଏଥି ପାଇଁ ଜୈବିକ କୃଷି, ଜଳବାୟୁ ସହନଶୀଳ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ଆବଶ୍ୟକ । କୃଷି କ୍ଷେତରୁ ବଜାର ମୂଲ୍ୟ ପର୍ଯ୍ୟନ୍ତ ସବୁଥିରେ ଅଭିବୃଦ୍ଧି ହେବା ଦରକାର । ତେଣୁ ଆପଣମାନେ ଓଡ଼ିଶାରେ, ବିଶେଷ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିବେଶ କରି ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିବର୍ତ୍ତିତ କରନ୍ତୁ ।
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ଏବଂ ସମ୍ଭାବନାରେ ଭରପୂର । କୃଷି, ପନିପରିବା, ମସଲା ଇତ୍ୟାଦି ଉତ୍ପାଦନରେ ଓଡ଼ିଶାର ପ୍ରଦର୍ଶନ ଉଲ୍ଲେଖନୀୟ । ଅଧିକ ପୁଞ୍ଜିନିବେଶ ଓଡ଼ିଶାକୁ ଆହୁରି ସଶକ୍ତ କରିବ ।
ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ କହିଥିଲେ ଯେ ଓର୍‌ମାସ୍‌ ଓଡ଼ିଶା ଜୀବିକା ମିଶନ ଜରିଆରେ ଓଡ଼ିଶାର ଗ୍ରାମ୍ୟ ଅର୍ଥନୀତି ସଶକ୍ତ ହେଉଛି । ଏହାକୁ ଅଧିକ ସଶକ୍ତ କରିବା ପାଇଁ ଉଦ୍ୟୋଗୀମାନେ ଆଗେଇ ଆସନ୍ତୁ ।
ଅତିଥିମାନଙ୍କ ଦ୍ୱାରା ଶୀତଳଭଣ୍ଡାର ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଆନୁଷ୍ଠାନିକ ଭାବେ ଆଜିଠାରୁ ୫୮ଟି ଶୀତଳ ଭଣ୍ଡାର ଖୋଲାଯିବା ଯୋଜନା ଲାଗୁ କରାଗଲା । ଏହି ଅବସରରେ ରାଜ୍ୟ ସରକାର ୧୭ଟି କମ୍ପାନୀ ସହ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ । ଏହା ଦ୍ୱାରା ୧୨୮୯ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପଥ ପ୍ରଶସ୍ତ ହୋଇଛି । ଏଫ୍‌ପିଓ ଉପରେ ଏକ କଫି ଟେବୁଲ ପୁସ୍ତିକା ଉନ୍ମୋଚିତ ହୋଇଥିଲା ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଉଦ୍ୟୋଗୀଙ୍କୁ ବିଭିନ୍ନ ବ୍ୟବସାୟ ତଥା ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବ୍‌ସିଡି ପ୍ରଦାନ କରାଯାଉଛି ।
କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ୍‌ କଲ୍ୟାଣ ଓ ଶିଳ୍ପ ନିର୍ଦ୍ଦେଶକ ଡ. ପ୍ରଶାନ୍ତ କୁମାର ରେଡ୍ଡୀ ଅଧିବେଶନରେ ଉପସ୍ଥିତ ଥିଲେ ।

  • Related Posts

    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading
    ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି: ସ୍ଵାସ୍ଥ୍ୟ ମନ୍ତ୍ରୀ

    ଭୁବନେଶ୍ଵର : ଆୟୁଷ୍ମାନ ଭାରତ ସହ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ମିଶିବା ଘଟଣା। ଅସନ୍ତୋଷ ପ୍ରକାଶ ପରେ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନାରେ ସାମ୍ବାଦିକଙ୍କୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ