୪ର୍ଥ ଥର ବି ମୋଦୀ ହେବେ ପ୍ରଧାନମନ୍ତ୍ରୀ: ଶାହା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଏକ ବଡ଼ ବୟାନ ରଖିଛନ୍ତି। ୨୦୨୯ ଲୋକସଭା ନିର୍ବାଚନ ପରେ ନରେନ୍ଦ୍ର ମୋଦୀ ଚତୁର୍ଥ ଥର ପାଇଁ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶ ବିଜେପିର ନବଗଠିତ ପ୍ରଦେଶ କାର୍ଯ୍ୟକର୍ତ୍ତାଙ୍କ ପ୍ରଥମ ବୈଠକରେ ଲକ୍ଷ୍ନୌଠାରେ ଏହି ବୟାନ ଦେଇଛନ୍ତି ଅମିତ ଶାହ। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ୭୬ ବର୍ଷ ବୟସରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ବିଜେପିର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହେରା କିଏ ହେବେ, ତାହାକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଅମିତ ଶାହଙ୍କ ଏହି ବୟାନକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ଗୃହମନ୍ତ୍ରୀ ଶ୍ରୀ ଶାହ ବିଜେପି କର୍ମୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି, ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପଛରେ ତଳସ୍ତରରେ କାମ କରୁଥିବା କର୍ମୀମାନଙ୍କର ଅନେକ ଭୂମିକା ଅଛି । କର୍ମୀମାନଙ୍କର ଏହିଭଳି କାର୍ଯ୍ୟ ଜାରି ରହିଲେ ମୋଦୀ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସହ ଉତ୍ତରପ୍ରଦେଶରେ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଡନ କରିବ । ଆସନ୍ତା ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ଶାହା ଦଳୀୟ ନେତା ଓ କର୍ମୀମାନଙ୍କୁ ଏକଜୁଟ୍ ହୋଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି। ଶାହା କହିଛନ୍ତି, ଉତ୍ତରପ୍ରଦେଶରେ ବିଜେପି ସରକାର ଅଙ୍ଗଦଙ୍କ ପାଦ ଭଳି ଅଟଳ ଓ ଅବିଚଳ ରହିଛି। ଏହାକୁ କେହି ହଲାଇ ପାରିବେ ନାହିଁ। ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ବିଜେପି ସରକାର ରହିବ ବୋଲି ମଧ୍ୟ ସେ ଦାବି କରିଛନ୍ତି। ଯଦି ଭୋଟରମାନେ ପୁଣିଥରେ ବିଜେପିକୁ ସରକାର ଗଠନର ସୁଯୋଗ ଦିଅନ୍ତି, ତେବେ ଉତ୍ତରପ୍ରଦେଶରେ ସମାନ ନାଗରିକ ସଂହିତା ଲାଗୁ କରାଯିବ ବୋଲି ଅମିତ ଶାହ ଘୋଷଣା କରିଛନ୍ତି।

  • Related Posts

    ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍

    ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।  ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ରାଜନୈତିକ ବ୍ୟାପାର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା…

    Continue reading
    ବିଜେଡିରେ ସାମିଲ ହେଲେ ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ

    ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ରେଙ୍ଗାଲିର ପୂର୍ବତନ ବିଧାୟକ ଶ୍ରୀ ରମେଶ ପଟୁଆ । ସେ ଶତାଧିକ ସମର୍ଥକଙ୍କ ସହ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନଠାରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି