ଅକ୍ଟୋବର ୨୯ରୁ ନଭେମ୍ବର ୪/୫ ପର୍ଯ୍ୟନ୍ତ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର/ବିଶାଖାପାଟଣା: ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ୟାପକ ସୁରକ୍ଷାମୂଳକ ପଦକ୍ଷେପ ଭାବେ ଅକ୍ଟୋବର ୨୯ରୁ ନଭେମ୍ବର ୪/୫ ପର୍ଯ୍ୟନ୍ତ ଟ୍ରେନ୍‌ ବାତିଲ୍‌ କରାଯାଇଛି ।
ବାତିଲ୍‌ ହୋଇଥିବା ପ୍ରମୁଖ ଟ୍ରେନ୍‌‌ଗୁଡ଼ିକ:
୧୮୫୧୫/୧୮୫୧୬ ବିଶାଖାପାଟଣା–କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ୍‌ (୨୯ ଅକ୍ଟୋବରରୁ ୪ ନଭେମ୍ବର)
୧୮୧୦୭ ରାଉରକେଲା–ଜଗଦଲପୁର ଇଣ୍ଟରସିଟି (୨୯ ଅକ୍ଟୋବରରୁ ୪ ନଭେମ୍ବର)
୧୮୧୦୮ ଜଗଦଲପୁର–ରାଉରକେଲା ଇଣ୍ଟରସିଟି (୩୦ ଅକ୍ଟୋବରରୁ ୫ ନଭେମ୍ବର)
ଅକ୍ଟୋବର ୩୧ ମଧ୍ୟରେ
୧୮୫୧୨ ବିଶାଖାପାଟଣା–କୋରାପୁଟ ଏକ୍ସପ୍ରେସ୍‌ (୩୦ ଅକ୍ଟୋବର)
୧୮୫୧୧ କୋରାପୁଟ–ବିଶାଖାପାଟଣା ଏକ୍ସପ୍ରେସ୍‌ (୩୧ ଅକ୍ଟୋବର)
ଦୂରଗାମୀ ଓ ଅନ୍ୟାନ୍ୟ ଏକ୍ସପ୍ରେସ୍‌ ଟ୍ରେନ୍‌
୧୨୭୦୪ ସିକନ୍ଦରାବାଦ–ହାୱଡ଼ା ଫାଲକନୁମା (୨୭ ଅକ୍ଟୋବର) ଓ ୧୨୭୦୩ ହାୱଡ଼ା–ସିକନ୍ଦରାବାଦ ଫାଲକନୁମା (୨୯ ଅକ୍ଟୋବର)
୧୭୦୧୬ ସିକନ୍ଦରାବାଦ–ଭୁବନେଶ୍ୱର ନୂଆ ବିଶାଖା (୨୭ ଅକ୍ଟୋବର) ଓ ୧୭୦୧୫ ଭୁବନେଶ୍ୱର ନୂଆ–ସିକନ୍ଦରାବାଦ ବିଶାଖା (୨୯ ଅକ୍ଟୋବର)
୨୦୮୧୦ ନାନ୍ଦେଡ୍‌–ସମ୍ବଲପୁର ନାଗାବଳୀ (୨୭ ଅକ୍ଟୋବର) ଓ ୨୦୮୦୯ ସମ୍ବଲପୁର–ନାନ୍ଦେଡ୍‌ ନାଗାବଳୀ (୩୦ ଅକ୍ଟୋବର)
୨୨୮୮୨ ଭୁବନେଶ୍ୱର–ପୁଣେ (୨୭ ଅକ୍ଟୋବର) ଓ ୨୨୮୮୧ ପୁଣେ–ଭୁବନେଶ୍ୱର (୨୯ ଅକ୍ଟୋବର)
୧୭୨୪୩ ଗୁଣ୍ଟୁର–ରାୟଗଡ଼ା (୨୭ ଅକ୍ଟୋବର) ଓ ୧୭୨୪୪ ରାୟଗଡ଼ା–ଗୁଣ୍ଟୁର (୨୮ ଅକ୍ଟୋବର)
୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌: ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ ରାୟଗଡ଼ା ଷ୍ଟେସନ୍‌‌ରେ ଯାତ୍ରା ଶେଷ କରିବ ।
୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌: ଅକ୍ଟୋବର ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ବଦଳରେ ରାୟଗଡ଼ାରୁ ନିଜର ଫେରନ୍ତା ଯାତ୍ରା ଆରମ୍ଭ କରିବ । ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଅର୍ଣ୍ଣବର ଭୟଙ୍କର ରୂପ ଏବେ ଦୃଶ୍ୟମାନ ହେଉଛି । ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ରଚିଛି । ପୁଡୁଚେରୀର ୟାନମ୍‌ ନିକଟରେ ଏହା ଲ୍ୟାଣ୍ଡଫଲ୍‌ ଆରମ୍ଭ ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ, ଘୂର୍ଣ୍ଣିଝଡ଼ ଅର୍ଣ୍ଣବର ଲ୍ୟାଣ୍ଡଫଲ୍‌ ହେବା ଫଳରେ ଘଣ୍ଟାପ୍ରତି ୧୨୫ ରୁ ୧୩୫ କିଲୋମିଟର ବେଗରେ ପବନ ବହିବ ଏବଂ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ପବନ ବହିପାରେ । ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଉଚ୍‌ଚ ଢେଉ ହେବାର ଆଶଙ୍କା ରହିଛି । ସମୁଦ୍ର ଜଳ ନିମ୍ନ ଅଞ୍ଚଳରେ ପ୍ରବେଶ କରିବା ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି। ଘୂର୍ଣ୍ଣିଝଡ଼ର ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଜୋରଦାର କରିଛି ।

  • Related Posts

    ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ:୧୫ ଟଙ୍କାର ଔଷଧକୁ ଲୋକଙ୍କୁ ୩୦୦ ଟଙ୍କାରେ କାହିଁକି ବିକୁଛ?

    ନୂଆଦିଲ୍ଲୀ: ଦେଶରେ ଔଷଧ ଦରରେ ରହୁଥିବା ବଡଧରଣର ଅନ୍ତରକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡା ପ୍ରଶ୍ନ କରିଛନ୍ତି । ଔଷଧର ସର୍ବାଧିକ ଖୁଚୁରା ଦର (ଏମ୍‌ଆର୍‌ପି) ଓ ଖୁଚୁରା ବିକ୍ରେତାଙ୍କ ପାଇଁ ଧାର୍ଯ୍ୟ ଦର ମଧ୍ୟରେ ରହୁଥିବା ବଡଧରଣର ଅନ୍ତର…

    Continue reading
    ଏସ୍‌ଆଇଆର୍‌: ଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ୧୦ ଦିନ ସମୟ ଦେଲେ ସୁପ୍ରିମ୍‌ କୋର୍ଟ

    ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ-ଏସ୍‌ଆଇଆର ନେଇ ଦାଏର ମାମଲାରେ ନିର୍ବାଚନ ଆୟୋଗଙ୍କ ଜବାବର ପ୍ରତିଜବାବ ଦାଖଲ କରିବା ପାଇଁ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଆବେଦନକାରୀଙ୍କୁ ୧୦ ଦିନ ସମୟ ଦେଇଛନ୍ତି । ଏହି ମାମଲାରେ ନିର୍ବାଚନ ଆୟୋଗ ନିଜର ୨୪୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା