
ମାନସିକଦେବଗଡ଼:ବାରକୋଟ ବ୍ଲକ୍ ଡଅଁରା ଗ୍ରାମରେ ଅସହାୟ ଅବସ୍ଥାରେ ବୁଲୁଥିବା ଜଣେ ଅଚିହ୍ନା ମାନସିକ ଅନଗ୍ରସର ବ୍ୟକ୍ତିକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି।ମାନସିକ ଅନଗ୍ରସର ବ୍ୟକ୍ତିକୁଉଦ୍ଧାର କରି ପୁରୀ ସ୍ଥିତନୀଳାଚଳ ସେବା ପ୍ରତିଷ୍ଠାନରେ ଥଇଥାନ କରାଯାଇଛି।ସେଠାରେ ତାଙ୍କର ଆବଶ୍ୟକ ଯତ୍ନ ଓ ଚିକିତ୍ସା ନିମନ୍ତେ ଥଇଥାନ କରାଯିବ ବୋଲି ଜିଲ୍ଲା ସାମାଜିକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


