ଅଯୋଗ୍ୟ ଏବେ କାର୍ଡ ଫେରାଇଲେ କାର୍ୟ୍ୟାନୁଷ୍ଠାନ ହେବନି: ମନ୍ତ୍ରୀ

ଭୁବନେଶ୍ବର: ନୂଆ ହିତାଧିକାରୀଙ୍କୁ ରାସନ୍‌କାର୍ଡ ପ୍ରଦାନ କରିବାକୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁଣି ରାସନ୍ କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍ କରିଛନ୍ତି ଯେ ଏବେ କାର୍ଡ ଫେରାଇ ଦିଅ, କୌଣସି କାର୍ୟ୍ୟାନୁଷ୍ଠାନ ହେବନି। ପରେ ଧରାପଡ଼ିଲେ କଠୋର କାର୍ୟ୍ୟାନୁଷ୍ଠାନ ହେବ। ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଗ୍ରାମାଞ୍ଚଳରେ ଯାହାର ମାସିକ ୧୦ହଜାର ଟଙ୍କା, ସହରାଞ୍ଚଳରେ ଯାହାର ମାସିକ ୧୫ହଜାର ଟଙ୍କାରୁ ଅଧିକ ଆୟ ଅଛି ସେମାନେ ରାସନ୍‌ କାର୍ଡ ପାଇବାକୁ ଯୋଗ୍ୟ ନୁହନ୍ତି। ଯଦି ଏହିଭଳି କେହି ରାସନ୍‌ କାର୍ଡ ହାତେଇଛନ୍ତି ତେବେ ତୁରନ୍ତ କାର୍ଡ ଫେରାଇ ଦିଅନ୍ତୁ। ଏବେ ଆମେ ଅପିଲ୍ କରୁଛୁ, ଭଲରେ କାର୍ଡ ଫେରାଇ ଦିଅ। ନହେଲେ ପରେ ପୁଣି ଥରେ ସମସ୍ତ ହିତାଧିକାରୀଙ୍କର ଯାଞ୍ଚ ହେବ। ସେତେବେଳେ ଅଯୋଗ୍ୟ ବୋଲି ଧରାପଡ଼ିଲେ କଠୋର କାର୍ୟ୍ୟାନୁଷ୍ଠାନ ହେବ।

ଏହାସହ ମନ୍ତ୍ରୀ କହିଛନ୍ତି ଯେ ଏବେ ପ୍ରାୟ ୮୦ହଜାର ଅଯୋଗ୍ୟ ହିତାଧିକାରୀ ୧୨ହଜାରରୁ ଅଧିକ କାର୍ଡ ଫେରାଇ ସାରିଲେଣି। ଏବେ ବି ବହୁ ଲୋକ କାର୍ଡ ଫେରାଉଛନ୍ତି। ବର୍ତ୍ତମାନ ସୁଦ୍ଧା ସାଢ଼େ ୪ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଲେଣି। ୪ଲକ୍ଷ ମୃତ ହିତାଧିକାରୀଙ୍କ ନାମ କାର୍ଡରୁ କଟା ହେଲାଣି। ଏହାବ୍ୟତୀତ ଯେଉଁମାନେ ଆୟକର ରିଟର୍ଣ୍ଣ ଦେଉଥିବା ‌ସତ୍ତ୍ବେ ରାସନ୍‌ କାର୍ଡ ହାତେଇଛନ୍ତି ସେମାନଙ୍କର ‌ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ। ତେଣୁ ଏବେ ଯେତିକି ‌ହିତାଧିକାରୀ କମିବେ ସେହି ଅନୁଯାୟୀ ନୂଆ ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ମାର୍ଚ୍ଚ ୧ରୁ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିଥିବାବେଳେ ପ୍ରାୟ ଦେଢ଼ ହଜାର ଲୋକ ଆବେଦନ କରିଛନ୍ତି। ପୂର୍ବରୁ ୬ଲକ୍ଷ ଆବେଦନକାରୀ ଅଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍‌ଶୀଘ୍ର ରାସନ୍‌ କାର୍ଡ ପ୍ରଦାନ କରାଯିବ।

  • Related Posts

    ନ୍ୟାସନାଲ ଅର୍ବାନ କନକ୍ଲେଭ, ୨୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ  ଅର୍ବାନ କନକ୍ଲେଭ୍‌ (ଜାତୀୟ ସହରାଞ୍ଚଳ  ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ  ଯାଏ ଏହି ସମ୍ମେଳନ ହେବ । ଏଥିରେ  ସବୁ ମହାନଗର ନିଗମର ମେୟର ଓ  କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି…

    Continue reading
    ବାଣିଶ୍ରୀ ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ

    ଭୁବନେଶ୍ୱର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବାଣିଶ୍ରୀ  ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ । ବୃତ୍ତି ଆବେଦନଗୁଡ଼ିକୁ ଶିକ୍ଷାନୁଷ୍ଠାନ ସ୍ତରରେ ବିଚାରକୁ ନେବା ପାଇଁ ୪୫ ଦିନର ସମୟସୀମା ଧାର୍ଯ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ