୪୮ ଅଧିକାରୀଙ୍କ ଦରମା ବନ୍ଦ

କଟକ: ବିଭିନ୍ନ ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଫେରାଦ୍‌ ହେଉଛନ୍ତି ସାଧାରଣ ଲୋକେ । କାର୍ୟ୍ୟାନୁଷ୍ଠାନ ପାଇଁ ପିଟିସନ୍‌ ଦେଉଛନ୍ତି । ଅଭିଯୋଗ ଆଧାରରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯାଉନାହିଁ । ଅଭିଯୋଗ ପ୍ରକୋଷ୍ଠରେ ଦାଖଲ ପିଟିସନ୍‌କୁ ଅଣଦେଖା କରିବା ଏବେ କଟକ ଜିଲ୍ଲା ପ୍ରଶାସନ ଅଧୀନରେ କାର୍ୟ୍ୟରତ ସରକାରୀ ବାବୁଙ୍କୁ ମହଙ୍ଗା ପଡ଼ିଛି । ନିର୍ଦ୍ଦେଶ ଆଧାରରେ ପଦକ୍ଷେପ ନେଇନଥିବାରୁ କଟକ ଜିଲ୍ଲାର ୪୮ ଜଣ ସରକାରୀ ଅଫିସରଙ୍କ ଦରମା ବନ୍ଦ କରାଯାଇଛି । କେବଳ ସରକାରୀ ଅଧିକାରୀ ନୁହନ୍ତି, ସେମାନଙ୍କ ଅଧୀନରେ କାମ କରୁଥିବା ପ୍ରାୟ ୧୫ ଶହ କର୍ମଚାରୀ ବି ଫେବ୍ରୁଆରୀ ମାସର ଦରମା ଉଠାଇ ପାରିନାହାନ୍ତି । ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ କରିବା ପାଇଁ ଜିଲ୍ଲାର ଟ୍ରେଜେରୀ ଅଫିସର ଓ ସମସ୍ତ ସବ୍‌-ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ।

ଦରମା ବନ୍ଦ ଥିବା ଅଫିସରଙ୍କ ତାଲିକାରେ ରହିଛନ୍ତି ୧୦ ବିଡିଓ, ୬ ତହସିଲଦାର, କଟକ ସିଡିଏମ୍‌ଓ, ବାଙ୍କୀ ଉପଜିଲ୍ଲାପାଳ ପ୍ରମୁଖ । ଏହାସହ ଡିସିପିଓ, ଓମ୍‌ଫେଡ୍‌ ଏମ୍‌ଡି, ଇଡ୍‌କୋ ଜିଏମ୍‌ଙ୍କ ସମେତ ବହୁ ଅଧିକାରୀ ଓ ତାଙ୍କ କାର୍ୟ୍ୟାଳୟର କର୍ମଚାରୀ ବି ଅଛନ୍ତି । ନିର୍ଦ୍ଦେଶ ଦିଆଯିବାର କିଛି ଘଣ୍ଟା ଭିତରେ କିଛି ଅଧିକାରୀଙ୍କ କାର୍ୟ୍ୟାଳୟ ତରଫରୁ ତରବରିଆ ଢଙ୍ଗରେ ବାକି ଥିବା କାମ ତୁଟାଇ ଦିଆଯାଇଛି । ଯାହାଫଳରେ ପ୍ରାୟ ୧୫ ଅଧିକାରୀ ଓ ତାଙ୍କ କାର୍ୟ୍ୟାଳୟର କିଛି କର୍ମଚାରୀଙ୍କୁ ଦରମା ବିଳମ୍ବରେ ପ୍ରଦାନ କରାଯାଇଛି । ଆହୁରି ୩୦ରୁ ଅଧିକ ଅଧିକାରୀ ଓ ଅନେକ କର୍ମଚାରୀଙ୍କ ଦରମା ଏବେ ସୁଦ୍ଧା ବନ୍ଦ ରହିଛି ।

  • Related Posts

    ନ୍ୟାସନାଲ ଅର୍ବାନ କନକ୍ଲେଭ, ୨୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ  ଅର୍ବାନ କନକ୍ଲେଭ୍‌ (ଜାତୀୟ ସହରାଞ୍ଚଳ  ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ  ଯାଏ ଏହି ସମ୍ମେଳନ ହେବ । ଏଥିରେ  ସବୁ ମହାନଗର ନିଗମର ମେୟର ଓ  କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି…

    Continue reading
    ବାଣିଶ୍ରୀ ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ

    ଭୁବନେଶ୍ୱର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବାଣିଶ୍ରୀ  ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ । ବୃତ୍ତି ଆବେଦନଗୁଡ଼ିକୁ ଶିକ୍ଷାନୁଷ୍ଠାନ ସ୍ତରରେ ବିଚାରକୁ ନେବା ପାଇଁ ୪୫ ଦିନର ସମୟସୀମା ଧାର୍ଯ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ