ପାଟଣାରେ ହେବ ବୃହତ୍‌ ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲାର ପାଟଣାରେ ଏକ ବୃହତ୍‌ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର କଲେଜର ବାର୍ଷିକ ଉତ୍ସବ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ଘୋଷଣା କରିଥିଲେ। କାରଖାନା ପ୍ରତିଷ୍ଠା ଲାଗି ଜେଏସଡବ୍ଲ୍ୟୁ ଏବଂ ପୋସ୍କୋ କମ୍ପାନୀ ସରକାରଙ୍କ ସହିତ ବୁଝାମଣା ପତ୍ର (ଏମଓୟୁ) ସ୍ଵାକ୍ଷର କରିଛନ୍ତି। ୩୦ରୁ ୪୦ ହଜାର କୋଟି ଟଙ୍କା ବ୍ୟୟରେ କାରଖାନା ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ କହିଛନ୍ତି,”କୃଷି ଯନ୍ତ୍ରପାତି ମେଳା କୃଷି ପଦ୍ଧତିକୁ ଆଧୁନିକୀକରଣ କରିବା ସହିତ ଆମ ଚାଷୀଙ୍କୁ ଆଜିର ବିଶ୍ବ ବଜାରରେ ପ୍ରତିଯୋଗୀ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେବ । କୃଷକର ଉନ୍ନତିରେ ରାଜ୍ୟର ବିକାଶ ସମ୍ଭବ ହେଇପାରିବ । ଆମ ଚାଷୀଙ୍କ ଆୟ ରାଜ୍ୟର ହାରାହାରି ଆୟଠୁ ଅଧିକ ହେବ । ସେହି ଦିଗରେ ଆମେ କାର୍ୟ୍ୟ କରୁଛୁ ।”
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,”ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ ଭାବେ ୬୦ ପ୍ରତିଶତରୁ ଉର୍ଦ୍ଧ୍ଵ ଲୋକେ କୃଷି ଏବଂ ଆନୁଷଙ୍ଗିକ କାର୍ୟ୍ୟ ଉପରେ ନିର୍ଭରଶୀଳ । ତେଣୁ ଆମ ସରକାର ଆସିବାର ମାତ୍ର ୨୪ ମିନିଟ ମଧ୍ୟରେ ରାଜ୍ୟର ଚାଷୀ ଭାଇଭଉଣୀଙ୍କ ଆୟରେ ବୃଦ୍ଧି କରିବା ପାଇଁ ‘କୃଷକ ସମୃଦ୍ଧି ଯୋଜନା’ କାର୍ୟ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହା ଆମ ସରକାରଙ୍କ କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଥିବା ପ୍ରତିଶ୍ରୁତିବଦ୍ଧତାକୁ ପ୍ରଦର୍ଶନ କରୁଛି । ସମାଜର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ ହେଉଛନ୍ତି ଆମର କୃଷକ ସମାଜ । ଯେଉଁମାନେ ଖରା,ବର୍ଷା, ଶୀତକୁ ନଡ଼ରି ହାଡଭଙ୍ଗା ପରିଶ୍ରମ ଦ୍ଵାରା ଆମ୍ଭ ସମସ୍ତଙ୍କୁ ଆହାର ଦେଇଥାନ୍ତି । ସେମାନଙ୍କ ବିନା ସମାଜର ପରିକଳ୍ପନା କରିବା ଅସମ୍ଭବ । ତେଣୁ ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ ହିଁ ହେବ ।”

  • Related Posts

    ନ୍ୟାସନାଲ ଅର୍ବାନ କନକ୍ଲେଭ, ୨୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ  ଅର୍ବାନ କନକ୍ଲେଭ୍‌ (ଜାତୀୟ ସହରାଞ୍ଚଳ  ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ  ଯାଏ ଏହି ସମ୍ମେଳନ ହେବ । ଏଥିରେ  ସବୁ ମହାନଗର ନିଗମର ମେୟର ଓ  କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି…

    Continue reading
    ବାଣିଶ୍ରୀ ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ

    ଭୁବନେଶ୍ୱର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବାଣିଶ୍ରୀ  ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ । ବୃତ୍ତି ଆବେଦନଗୁଡ଼ିକୁ ଶିକ୍ଷାନୁଷ୍ଠାନ ସ୍ତରରେ ବିଚାରକୁ ନେବା ପାଇଁ ୪୫ ଦିନର ସମୟସୀମା ଧାର୍ଯ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ