ଆଜିଠୁ ଦୁଇଦିନିଆ ମାଣ୍ଡିଆ ଦିବସ

ଭୁବନେଶ୍ୱର: ଆଜି ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ପଞ୍ଚମ ମାଣ୍ଡିଆ ଦିବସ ପାଳନ ହେବ । ଏହି ସମାରୋହ ଦୁଇଦିନ ଧରି ଭୁବନେଶ୍ୱରରେ ଚାଲିବ । ଏହି ଅବସରରେ “ଶ୍ରୀ ଅନ୍ନ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢୀକରଣ’ ଶୀର୍ଷକ ଏକ ସମ୍ମିଳନୀ ଆୟୋଜିତ ହେବ ।

ଚଳିତ ବର୍ଷ “ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବବିବିଧତା’କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ଜଳବାୟୁ ସହନଶୀଳ କୃଷି ଓ ପୁଷ୍ଟିଶସ୍ୟ ବା ଶ୍ରୀ ଅନ୍ନ ଚାଷ ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ପ୍ରତିନିଧିତ୍ୱକୁ ପ୍ରତିଫଳିତ କରିବ । ଦୁଇଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶର ପ୍ରମୁଖ ଅନୁଷ୍ଠାନଗୁଡ଼ିକର ସହଯୋଗରେ ୫ଟି ବୈଷୟିକ ଅଧିବେଶନ ହେବ ।

ପ୍ରଥମ ଦିନରେ ଏମ୍‌ଏସ୍‌ ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ ପକ୍ଷରୁ “କୃଷି ଜୈବବିବିଧତା ସଂରକ୍ଷଣ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ ଅଧିବେଶନ ଓ ଦ୍ୱିତୀୟ ଦିନରେ ଆଇସିଏଆର-ଭାରତୀୟ ପୁଷ୍ଟିଶସ୍ୟ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ “ଓଡ଼ିଶାର ପୁଷ୍ଟିଶସ୍ୟଭିତ୍ତିକ ଅର୍ଥନୀତି: ଉଦ୍ୟୋଗ ବିକାଶ ଓ ବଜାର ସଂଯୋଗୀକରଣ’ ଶୀର୍ଷକ ଅଧିବେଶନ ହେବ । ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ ପକ୍ଷରୁ ମହିଳା ବିହନ ସଂରକ୍ଷକମାନଙ୍କ ଦ୍ୱାରା ପରିଚାଳିତ କୃଷି ଜୈବବିବିଧତା ଓ ଗୋଷ୍ଠୀଭିତ୍ତିକ ବିହନ ବ୍ୟାଙ୍କ ପ୍ରଦର୍ଶନ କରାଯିବ ।

  • Related Posts

    ଆସିଗଲା ଥଣ୍ଡା

    ଭୁବନେଶ୍ୱର: ଆସିଗଲା ଥଣ୍ଡା । ଅନୁମାନ କରାଯାଉଛି, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ କମିପାରେ । ଏଭଳି ପାଗ କିଛି ଦିନ ରହିପାରେ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ ।ଗତ ୨-୩ ଦିନ ଭିତରେ ରାତି…

    Continue reading
    ଚିଠା ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ

    ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଚିଠା ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି । ଅତିରିକ୍ତ ବଜେଟର ମୋଟ ଆକାର ପାଖାପାଖି ୧୮ ହଜାର କୋଟି ହେବ ବୋଲି ସୂଚନା ମିଳିଛି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି