ଆଜିଠୁ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ରାଜନଗର: ଆଜିଠୁ କେନ୍ଦ୍ରାପଡ଼ା ରାଜନଗର ବନଖଣ୍ଡ ଅଧୀନସ୍ଥ ଭିତରକନିକା ଜାତୀୟ ଉଦ୍ୟାନ ଓ ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ୫ ତାରିଖ ପର୍ଯ୍ୟନ୍ତ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ । ଏଥିପାଇଁ ବନ ବିଭାଗ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇଛି । ମଠଆଡ଼ିଆ, ଦୁର୍ଗାପ୍ରସାଦ ଡିଆ, ଲକ୍ଷ୍ମୀପ୍ରସାଦ ଡିଆଠାରେ ଏହି ଗଣନା କରାଯିବ ।

ମଠଆଡ଼ିଆଠାରେ ୩ଟି ଟିମ୍ ନିୟୋଜିତ କରାଯାଇଥିବା ବେଳେ ଦୁର୍ଗାପ୍ରସାଦ ଡିଆ, ଲକ୍ଷ୍ମୀପ୍ରସାଦ ଡିଆଠାରେ ଗୋଟିଏ ଟିମ୍ ନିୟୋଜିତ ହୋଇଛି । ପ୍ରତି ଟିମ୍‌ ୫ ଜଣ ଲେଖାଏଁ କର୍ମଚାରୀ ରହିଛନ୍ତି । ଦେଶୀୟ ପକ୍ଷୀ ଗଣନା ବେଳେ ମୁଖ୍ୟତଃ ୧୦ ପ୍ରଜାତିର ପକ୍ଷୀ ଯଥା-ଗେଣ୍ଡାଳିଆ, ଦାଆବେଣ୍ଟିଆ, ଅଞ୍ଜନା, ଖଇରା, ପାଣି କୁଆ, ମଝିଆ ବଗ, ଛୋଟ ବଗ, ରାଣୀ ବଗ, କାପରଖାଇ, ଅନ୍ଧାରିଆ ବଗଙ୍କୁ ଗୁରୁତ୍ୱ ଦିଆଯାଇଥାଏ ।

ସୂଚନାଯୋଗ୍ୟ, ବର୍ଷାଋତୁ ଆରମ୍ଭରେ ଦେଶର ବିଭିନ୍ନ ସ୍ଥାନରୁ ପକ୍ଷୀମାନେ ଭିତରକନିକାକୁ ଆସିଥାନ୍ତି । ୨୦୨୦ରେ ୯୭ ହଜାର ୮୬୬, ୨୦୨୧ରେ ୧ ଲକ୍ଷ ୮ ହଜାର ୬୩୯, ୨୦୨୨ରେ ୧ ଲକ୍ଷ ୧୬ ହଜାର ୭୦, ୨୦୨୩ରେ ୧ ଲକ୍ଷ ୨୩ ହଜାର ୮୬୭, ୨୦୨୪ରେ ୧ ଲକ୍ଷ ୩୦ ହଜାର ୧୨୩ ଓ ୨୦୨୫ରେ ୧ ଲକ୍ଷ ୩୦ ହଜାର ୭୯୬ ଦେଶୀୟ ପକ୍ଷୀ ଭିତରକନିକା ଆସିଥିଲେ ।

  • Related Posts

    ଚନ୍ଦ୍ରିକା ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

    କଟକ: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ସାକ୍ଷୀମାନଙ୍କୁ…

    Continue reading
    ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଜେଲ୍‌

    ଢେଙ୍କାନାଳ:ସରକାରୀ ଅର୍ଥ ଆତ୍ମସାତ୍‌ ଓ ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଆଜି (୦୩.୦୯.୨୦୨୬) ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ବିଶେଷ ଭିଜିଲାନ୍ସ ଆଦାଲତ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ: ନିତ୍ୟାନନ୍ଦ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ