ଆଜି ଶୁଦ୍ଧି ହେବେ ଜିତୁ ମୁଣ୍ଡା

ଆଜି ଶୁଦ୍ଧି ହେବେ ଜିତୁ ମୁଣ୍ଡା। ମୃତ କାଲାରା ମୁଣ୍ଡା ଙ୍କ ସମାଧି ତିଆରି ହେବା ପରେ ଆଜି ଡିଆନାଳୀ ଗାଁରେ ଶୁଦ୍ଧି ହୋଇ ଭୋଜିଭାତ ପରେ ଜାତିରେ ମିଶିବେ ଜିତୁ ମୁଣ୍ଡା। କଙ୍କାଳକୁ ଛୁଇଁଲେ ବୋଲି ଜାତି ବନ୍ଧୁ ପର କରି ଦେବେ କହିବାରୁ ଶୁଦ୍ଧି ହେବେ ଜିତୁ ମୁଣ୍ଡା।

ସୂଚନା ଅନୁଯାୟୀ, ମୃତ ଭଉଣୀର କଙ୍କାଳ ବୋହିଥିବାରୁ ଜିତୁଙ୍କୁ ଜାତି ଭାଇମାନେ ସମାଜରୁ ବାଦ୍ ଦେଇଥିଲେ। ଜାତିରୁ ବାଦ୍ ପଡ଼ିଥିବା ଜିତୁଙ୍କୁ ଯଦି ସମାଜରେ ମିଶିବାକୁ ହେବ, ତେବେ ତାଙ୍କୁ ଶୁଦ୍ଧି ହେବାକୁ ପଡ଼ିବ ବୋଲି ଜାତି ଭାଇ ଜିଦ୍ ଧରିଥିଲେ।

ସେଥିପାଇଁ ଆଜି ନିଜ ଭଉଣୀଙ୍କ ଶବକୁ ପୋତିଥିବା ସ୍ଥାନରେ ସମାଧି ତିଆରି କରାଯିବ। ଏଥିସହ ପରମ୍ପରା ଅନୁସାରେ ବନ୍ଧୁବାନ୍ଧବଙ୍କ ଗହଣରେ ଜିତୁଙ୍କର ଶୁଦ୍ଧି ହେଉଛି। ଏଥିସହ ବନ୍ଧୁ ପରିଜନଙ୍କୁ ଜାତିରେ ମିଶିବା ପାଇଁ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଛି। ସମାଧି ସରିବା ଓ ଭୋଜିଭାତ ପରେ ଜିତୁ ମୁଣ୍ଡା ପୁଣି ନିଜ ଜାତି ଏବଂ ସମାଜରେ ସାମିଲ ହେବେ।

  • Related Posts

    ସୁଗଡ଼ବାଡି ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ସୁଗଡ଼ବାଡି ପଞ୍ଚାୟତ ସଭା ଗୃହ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁ ଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା.ଜନଶୁଣାଣୀରେ ମୋଟ ୨୦ଟି ଅଭିଯୋଗ ରୁ ୨ ଗୋଟି ସାମୁହିକ ଏବଂ ୧୮ଟି ବ୍ୟକ୍ତିଗତ…

    Continue reading
    ପାଉଁଶରେ ପୋତି ହୋଇଗଲା ଚାଷ ଜମି, ଚିନ୍ତାରେ ଚାଷୀ

    ଦେବଗଡ଼:ଦେବଗଡ ଜିଲ୍ଲାର ବାରକୋଟ ବ୍ଲକର ନିକ୍ତିମାଳ ଗ୍ରାମରେ ଥିବା ଇଟା ଭାଟିରେ ବ୍ୟବହୃତ ଆସ(ପାଉଁଶ)କିଛି ଚାଷୀଙ୍କ ଚାଷ ଜମିରେ ପୋତି ହୋଇଯାଇଛି। ଯାହା ଫଳରେ ଚାଷୀମାନେ ଚାଷ କାର୍ଯ୍ୟ କରିବା ପାଇଁ ନାର୍ହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଚାଷୀମାନେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ