ଏସ୍‌ସିବି ଅଗ୍ନିକାଣ୍ଡ ଘଟଣା, ବଢ଼ିଲା ନ୍ୟାୟିକ କମିସନ୍‌ଙ୍କ କାର୍ଯ୍ୟକାଳ

କଟକ: ଏସ୍‌ସିବି ମେଡିକାଲ୍ କଲେଜ ହସପିଟାଲର ଟ୍ରମା କେୟାର ଆଇସିୟୁରେ ଗତ ମାର୍ଚ୍ଚ ୧୬ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଥିବା ନ୍ୟାୟିକ କମିସନଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ଚତୁର୍ଥ ଥର ପାଇଁ ବୃଦ୍ଧି କରିଛନ୍ତି ।
ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିସନ ୬୦ ଦିନ ମଧ୍ୟରେ ତଦନ୍ତ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା । ତେବେ ମେ’ ୧୫ ତାରିଖରେ ଏହାର କାର୍ଯ୍ୟକାଳକୁ ଜୁଲାଇ ୧୫ଯାଏ, ପରବର୍ତ୍ତୀ ପର୍ଯ୍ୟାୟରେ ଜୁଲାଇ ୧୫ରୁ ସେପ୍ଟେମ୍ବର ୧୫ଯାଏ ଏବଂ ସେପ୍ଟେମ୍ବର ୧୮ରେ ନଭେମ୍ବର ୧୫ଯାଏ ବଢ଼ାଯାଇଥିଲା । ତଦନ୍ତ ଶେଷ ହୋଇନଥିବାରୁ ଗୃହ ବିଭାଗର ନୂଆ ବିଜ୍ଞପ୍ତି ଅନୁଯାୟୀ, କମିସନଙ୍କ କାର୍ଯ୍ୟକାଳକୁ ୨୦୨୭ ଜାନୁଆରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୧୬ରେ ହୋଇଥିବା ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନହାନି ଘଟିଥିଲା।

  • Related Posts

    ଟ୍ରକକୁ ଧକ୍କା ଦେଲା ପଶ୍ଚିମବଙ୍ଗ ବସ, 16 ଆହତ

    ଯାଜପୁର: ବଡଚଣା ଓଭର ବ୍ରିଜ୍ ନିକଟରେ ଆଜି ସକାଳ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି । ଦୁର୍ଘଟଣାରେ 16…

    Continue reading
    ରଦାମ ସ୍ଥିତିରେ ଆସୁନି ସୁଧାର : ଓଡ଼ିଶାରେ ମୁଦ୍ରାସ୍ଫୀତି ୭.୧୭%

    ଭୁବନେଶ୍ୱର: ରାଜ୍ୟରେ ଦରଦାମ ସ୍ଥିତିରେ ଆସୁନି ସୁଧାର । ମାସ ପରେ ମାସ ଓଡ଼ିଶାରେ ମୁଦ୍ରାସ୍ଫୀତି ନୂଆ ରେକର୍ଡ କରୁଛି । ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଏବେ ପଞ୍ଚମ ମହଙ୍ଗା ବଜାର ରହିଛି । ଅର୍ଥାତ୍ ଦେଶର ଅନ୍ୟାନ୍ୟ ପ୍ରାନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି