ଖୁବଶୀଘ୍ର ​​​​​​​ବିଜେପି କରିବ ରାଜ୍ୟସଭା ପ୍ରାର୍ଥୀଘୋଷଣା

ଭୁବନେଶ୍ୱର: ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି। ଗୁରୁବାର କିମ୍ବା ଶୁକ୍ରବାର ମଧ୍ୟରେ ବସିବ ସଂସଦୀୟ ବୋର୍ଡ ବୈଠକ । ଏହି ବୈଠକରେ କିଏ ଯିବ ରାଜ୍ୟସଭା, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲସିଂ ତୋମାର ସୂଚନା ଦେଇଛନ୍ତି ।ପ୍ରଭାରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟସଭା ଲାଗି ଓଡ଼ିଶାରେ ୪ଟି ଆସନ ଖାଲି ହେବାକୁ ଯାଉଛି । ଯେଉଁଥି ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଗୁରୁବାର କିମ୍ବା ଶୁକ୍ରବାର ମଧ୍ୟରେ ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ବସିବ । ଏହି ବୈଠକରେ ହିଁ ପ୍ରାର୍ଥୀ କିଏ ହେବ । ତାଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କୋର କମିଟି ବୈଠକରେ ଯେଉଁ ନିଷ୍ପତ୍ତି ନିଆଯାଇଛି । ତାହା ସଂସଦୀୟ ବୋର୍ଡକୁ ପଠାଇଛି । ଶେଷ ନିଷ୍ପତ୍ତି ସଂସଦୀୟ ବୋର୍ଡ ହିଁ ନେବ । ଦିନେ ଦି ଦିନ ଭିତରେ ନାମ ଘୋଷଣା ହୋଇପାରେ।

  • Related Posts

    ବାରଙ୍ଗ ପୋଲିସ ହାଜତ ହିଂସା ସରକାର ବିଚାର ବିଭାଗୀୟ ତଦନ୍ତ କଲେ ନାହିଁ କାହିଁକି ?

    ଭୁବନେଶ୍ୱର: ବାରଙ୍ଗ ହାଜତ ନିର୍ଯ୍ୟାତନା ଓ଼ ରାଜ୍ୟରେ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ହାଜତ ମୃତ୍ୟୁ ମାମଲାକୁ ନେଇ ପିସିସି ଗଣମାଧ୍ୟମ ତରଫରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ…

    Continue reading
    ବିଚାରଧାରାକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ପିଲାଳିଆମି: ବିଜେଡି

    ଭୁବନେଶ୍ୱର: ରାଜନୈତିକ ଦଳର ବିଚାରାଧାରାକୁ ନେଇ ବିଜେପି ନେତା ତଥା ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ ଓ ପିଲାଳିଆମି ବୋଲି ବିଜେଡି କହିଛି । ବିଜେପି ଦଳରେ ରହିଥିବା ଦୁର୍ବଳତା ତଥା ଅର୍ନ୍ତଦ୍ୱନ୍ଦ୍ୱକୁ ଦୂର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ