ଗିରଫ ଭୟରେ ପୋଖରୀକୁ ଡେଇଁଲେ ଏସଆଇ

ସମ୍ବଲପୁର: ସମ୍ୱଲପୁର ଜିଲା ମହୁଲପାଲି ଥାନାର ସବ-ଇନ୍ସପେକ୍ଟର (ଏସଆଇ) ସୁଜିତ କୁମାର ମହନ୍ତ ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମହୁଲପାଲି ଥାନାରେ ଅଭିଯୋଗକାରୀଙ୍କ୍ ନାମରେ ଥିବା ଏକ ମିସଲେନିଅସ ମାମଲାର ରଫାଦଫା କରିବା ପାଇଁ ଅଭିଯୁକ୍ତ ଏସଆଇ ଜଣକ ଏହି ଲାଞ୍ଚ ଦାବି କରିଥିଲେ । ଭିଜିଲାନ୍ସ ବିଭାଗରୁ
ମିଳିଥିବା ସୂଚନା ଅନୁଯାୟୀ, ଏସଆଇ ସୁଜିତ ମହାନ୍ତ, ଅଭିଯୋଗକାରୀଙ୍କୁ ଥାନା ବାହାରେ ଏକ ନିଛାଟିଆ ସ୍ଥାନକୁ ଲାଞ୍ଚ ଦେବା ପାଇଁ ଡକାଇଥିଲେ । ସେଠାରେ ଲାଞ୍ଚ ଟଙ୍କା ଗ୍ରହଣ କରିବା ମାତ୍ରେ ସେ ପୂର୍ବ ପ୍ରସ୍ତୁତ ଥିବା ଭିଜିଲାନ୍ସ ଦଳକୁ ଦେଖିବାକୁ ପାଇଥିଲେ । ଏଣୁ ଗିରଫଦାରୀରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ସେଠାରୁ ଦୌଡ଼ିବାକୁ ଲାଗିଥିଲେ । ଭିଜିଲାନ୍ସ ଦଳ ମଧ୍ୟ ତାଙ୍କୁ ଗୋଡ଼ାଇଥିଲା । ଶେଷରେ ଉପାୟ ଶୂନ୍ୟ ହୋଇ ଏସଆଇ ଜଣକ ଖସିଯିବା ପାଇଁ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ । କିନ୍ତୁ ଭିଜିଲାନ୍ସ ଦଳର ଜଣେ ସଦସ୍ୟ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ
କରିଥିଲେ । ଘଟଣାସ୍ଥଳରୁ ଭିଜିଲାନ୍ସ ଅଧିକାରୀ ମାନେ ଏସଆଇଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରିଛନ୍ତି । ଏହି ଭିଜିଲାନ୍ସ ଟ୍ରାପ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ଉଦ୍ଦେଶ୍ୟରେ ତାଙ୍କର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଚଢ଼ଉ ସମୟରେ ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କକ୍ଷରୁ ନଗଦ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ସମ୍ୱଲପୁର ଭିଜିଲାନ୍ସ ଥାନାରେ ମାମଲା ନଂ ୨୧/୨୦ ରୁଜୁ କରାଯାଇ ତଦନ୍ତ ଚାଲିଛି । ସୂଚନାଯୋଗ୍ୟ ଯେ, ଗିରଫ ଏସଆଇ ୨୦୨୧ ମସିହାରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୁଲିସ ସେବାରେ ଯୋଗ ଦେଇଥିଲେ ।

  • Related Posts

    ଆମ ବସ୍‌ରେ ଅଗ୍ନିକାଣ୍ଡ

    ଫୁଲନଖରା: ଆମ ବସ୍ ରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ଯାତ୍ରୀ। କଟକ ଜିଲ୍ଲା ଫୁଲନଖରା-ନିଆଳୀ ରାସ୍ତାର ଅଡ଼ଶପୁର ବସ୍ ଷ୍ଟାଣ୍ଡରେ ଘଟିଛି ଏଭଳି ଅଘଟଣ। ଭୁବନେଶ୍ୱରରୁ ଅଡ଼ଶପୁର କଲେଜ ଅଭିମୁଖେ ଯାଉଥିବା ଆମ ବସ୍ ଟି ବସ୍…

    Continue reading
    ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର ଗିରଫ

    ବାଲେଶ୍ୱର: ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ସେ ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି