
ପୁରୀ: ଶୁକ୍ରବାର ଭାଦ୍ରବ କୃଷ ଅଷ୍ଟମ ତିଥିରେ ଶ୍ରୀମନ୍ଦିର କୃଷ୍ଣଜନ୍ମ ନୀତି ଅନୁଷ୍ଠିତ ହେବ। ଏଣୁ ସନ୍ଧ୍ୟାଧୂପ ଭୋକ ପରେ କୃଷ୍ଣ ଜନ୍ମ ନୀତି ହେବ। ତେଣୁ ସନ୍ଧ୍ୟର ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧରଣ ଦର୍ଶନ ବନ୍ଦ ରହିବ। ଅର୍ଥାତ ଶ୍ରୀଜିଉଙ୍କ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ୍ସ ପୋଷ୍ଟର ସୂଚନା ଜାରି କରାଯାଛି।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିରରେ ୪ ତାରିଖ ଅର୍ଥାତ ଶୁକ୍ରବାର ଜନ୍ମାଷ୍ଟମୀ ନୀତି ହେବ। ୫ ତାରିଖ ନନ୍ଦୋତ୍ସବରୁ ଚାଲିବ ଶ୍ରୀକୃଷ୍ଣ ଲୀଳା । ୬ତାରିଖ ରବିବାରରେ ବନ ଭୋଜି ଠାରୁ କୋଳି ବିକା ଓ ବକା ସୁର, ଅର୍ଘାସୁର ବଧ ଆଦି ନୀତି ରହିଛି । ୭ରେ କାଳୀୟ ଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ, ୮ ତାରିଖ ମଙ୍ଗଳବାର ପ୍ରଳମ୍ବାସୁର ବଧ ଓ ବେଶ ପ୍ରସ୍ତାବ, ୯ତାରିଖ ବୁଧବାର କୃଷ୍ଣ ବଳରାମ ବେଶ ଓ ଅନ୍ନପ୍ରଥା ପ୍ରସ୍ତାବ, ୧୨ ତାରିଖ ଶନିବାର ଦାବାଗ୍ନୀ ଲାୀଳା, ୧୩ ତାରିଖ ରବିବାର ନିକୁଞ୍ଜ ଲୀଳା, ୧୫ ତାରିଖ ମଙ୍ଗଳବାର ଅନ୍ଧଳୀଳା ପ୍ରସ୍ତାବ, ୧୬ ତାରିଖ ବୁଧବାର ଦାହଲୀଳା, ୧୭ ତାରିଖ ଗୁରୁବାର ବିମ୍ବାସୁର ବଧ, ୧୮ ତାରିଖ ଶୁକ୍ରବାର କେକେସୀ ବଧ ଓ ବସ୍ତ୍ରହରଣ, ୨୧ ତାରିଖ ସୋମବାର ମଥୁରା ହାଟ ସହ କଂସ ବଧ ଆଦି ନୀତି ହୋଇ ୨୬ରେ ଇନ୍ଦ୍ରହାତୀ ନୀତି ପ୍ରସ୍ତାବ ହେବ ବୋଲି ପ୍ରାରମ୍ଭିକ ସୂଚନା ରହିଛି ।




