ଦେବଗଡ ତହସିଲ ପକ୍ଷରୁ ୩୦ ଆବେଦନକାରୀଙ୍କୁ ଜମି ପଟ୍ଟା ପ୍ରଦାନ

ଦେବଗଡ଼:ପ୍ରି ସେଟେଲମେଣ୍ଟ ବିକ୍ରୟ ଦଲିଲ ଆଧାରିତ ମ୍ୟୁଟେସନ ମାମଲାର ଫଇସଲା କରାଯାଇ ଆଜି ଦେବଗଡ ତହସିଲ ପକ୍ଷରୁ ୩୦ ଆବେଦନକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି।ଓଡିଶା ସର୍ଭେ ଓ ସେଟେଲମେଣ୍ଟ ନିୟମ -୧୯୬୨ରେ ସଂଶୋଧନ ମୁତାବକ ଏକ ନୂତନ ଅଧାୟ ୩୪ (ଜି)କୁ ଯୋଗ କରଯାଇଥିଲା।ଏହି ଅନୁଯାୟୀ ତହସିଲଦାରଙ୍କୁ ପ୍ରି ସେଟେଲମେଣ୍ଟ ଦଲିଲ ଆଧାରିତ ସେଟେଲମେଣ୍ଟ ମାମଲାର ଫଇସଲା ପାଇଁ କ୍ଷମତା ପ୍ରଦାନ କରାଯାଇଛି । ଏହି ସଂଶୋଧିତ ନିୟମ ପ୍ରକାଶ ପାଇବା ପରେ ଜିଲାପାଳଙ୍କ କାର୍ଯାଳୟରେ ଅତିରିକ୍ତ ଜିଲାପାଳଙ୍କ ବିଚାରାଧୀନ ଥିବା ମାମଲାକୁ ଦେବଗଡ଼ ତହସିଲଦାରଙ୍କୁ ନୂତନ ଆଇନ ଅନୁଯାଇ ଫଇସଲା କରିବା ପାଇଁ ହସ୍ତାନ୍ତର କରଯାଇଥିଲା।ଏହି ପରିପ୍ରେକ୍ଷୀରେ ତହସିଲ କାର୍ଯ୍ୟାଳୟର ସକ୍ରିୟ ପଦକ୍ଷେପ ଫଳରେ ତନ୍ମଧ୍ୟରୁ ୩୦ ଟି ମାମଲାର ଫଇସଲା କରାଯାଇ ଦେବଗଡ଼ ତହସିଲ କାର୍ଯ୍ୟାଳୟରେ ଆଜି ଡେପୁଟି କଲେକ୍ଟର(ରାଜସ୍ୱ) ଲକ୍ଷ୍ମଣ ଅମାତ୍ ଓ ଦେବଗଡ ତହସିଲଦାର କର୍ଣ୍ଣ ମଲ୍ଲିକ ଉପସ୍ଥିତ ରହି ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ