ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଛାତ୍ରଙ୍କ ବିରୁଦ୍ଧରେ ସମସ୍ତ ମାମଲା ଖାରଜ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଗତ ଜୁଲାଇ ମାସରେ ହୋଇଥିବା ଦେଶବ୍ୟାପୀ ଆନ୍ଦୋଳନରେ ପୁଲିସ ଅନେକ ଛାତ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଏହି ସମସ୍ତ ମାମଲା ଖାରଜ କରିବାକୁ ମଙ୍ଗଳବାର ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ବିଚାରପତି ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ ଓ ଭି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ବିନା ଅପରାଧିକ ଉଦ୍ଦେଶ୍ୟ ଥାଇ ଆନ୍ଦୋଳନରେ ଅଂଶଗ୍ରହଣ କରିବାକୁ ଅପରାଧ ଭାବେ ବିବେଚନା କରାଯିବନି । ତେଣୁ ଜୁଲାଇ ୨୦ରୁ ୨୫ ମଧ୍ୟରେ ରାଜଧାନୀ ଦିଲ୍ଲୀ ତଥା ଅନ୍ୟ ସ୍ଥାନଗୁଡିକରେ ଆନ୍ଦୋଳନରତ ଛାତ୍ରମାନଙ୍କ ବିରୁଦ୍ଧରେ ଯେଉଁ ସବୁ ଏଫଆଇଆର ରୁଜୁ କରାଯାଇଛି, ତାହାର ଆଉ ତଦନ୍ତର କୌଣସି ଆବଶ୍ୟକତା ନାହିଁ । ସେହି ମାମଲାଗୁଡିକ ଏବେ ବନ୍ଦ ହୋଇଗଲା ବୋଲି ବିବେଚନା କରାଯିବ ବୋଲି ଖଣ୍ଡପୀଠ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ଆଗକୁ ବି ଆଉ କୌଣସି ମାମଲା ରୁଜୁ କରାଯିବ ନାହିଁ ବୋଲି ଖଣ୍ଡପୀଠ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କ ଆଗରେ କହିଥିଲେ ଯେ, ଜୁଲାଇ ୨୫ରେ ଆନ୍ଦୋଳନକାରୀ ଛାତ୍ରମାନଙ୍କ ସହିତ ହାଇଥିବା ଆଲୋଚନାରେ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରିବାକୁ ସରକାର ବଦ୍ଧ ପରିକର । ଜୁଲାଇ ୨୦ରୁ ୨୫ ମଧ୍ୟରେ ଆନ୍ଦୋଳନରତ ଛାତ୍ରମାନଙ୍କ ବିରୁଦ୍ଧରେ ହୋଇଥିବା ଏଫଆଇଆର ପ୍ରତ୍ୟାହାର, ଆଉ ନୂଆ ଏଫଆଇଆର ରୁଜୁ ନ କରିବା ଏବଂ ଆତ୍ମହତ୍ୟା କରିଥିବା ନିଟ୍ ଆଶାୟୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ।
ତେବେ ଏହି ଆନ୍ଦୋଳନ ବେଳେ ମନ୍ଦ ଉଦ୍ଦେଶ୍ୟ ରଖି ଉପସ୍ଥିତ ହୋଇଥିବା ତଥା ହିଂସାକାଣ୍ଡ ଘଟାଇଥିବା ୨,୮୩୭ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ରୁଜୁ ମାମଲା ପ୍ରତ୍ୟାହାର ନ କରିବାକୁ ଦିଲ୍ଲୀ ପୁଲିସର ଦାବିକୁ ମାନ୍ୟବର କୋର୍ଟ ଗ୍ରହଣ କରିବା ସହ ଏନେଇ ଅନ୍ୟ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବାକୁ ଅନୁମତି ଦେଇଛନ୍ତି ।

  • Related Posts

    ଚାକିରି ଛାଡ଼ିଲେ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି ବର୍ତ୍ତମାନ ଆଞ୍ଚଳିକ ବିମାନ କମ୍ପାନୀ Fly91ରେ ପାଇଲଟ ଭାବରେ ଯୋଗ ଦେଇଛନ୍ତି। ଏହା…

    Continue reading
    ଛାତିଥରା ଘଟଣା: ନାବାଳିକାଙ୍କୁ କାର୍ ଭିତରେ ଗଣବଳାତ୍କାର

    ପାଟନା: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତା ଜଣକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ