ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ସମସ୍ତ ରାଜନୈତିକ ଦଳ ପାଇଁ ଏକ ଶିକ୍ଷା: ସୁରେଶ ପୂଜାରୀ

ଭୁବନେଶ୍ୱର: ଓଡିଶାର ରାଜସ୍ୱ ମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ ସୋମବାର ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ସମସ୍ତ ରାଜନୈତିକ ଦଳ ପାଇଁ ଏକ ଶିକ୍ଷା ବୋଲି କହିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ଜଣାଇ ପୂଜାରୀ କହିଛନ୍ତି ଯେ, ଲୋକମାନଙ୍କ ଭୋଟ ସ୍ପଷ୍ଟ କରୁଛି ଯେ କୌଣସି ଶକ୍ତି କିମ୍ବା ଦାୟିତ୍ୱ ମିଳିଲେ ଅହଂକାରକୁ ପରିହାର କରି ନମ୍ରତା ସହ ରାଜଧର୍ମ ପାଳନ କରିବା ଆବଶ୍ୟକ । ସେ ଅଭିଯୋଗ କରିଥିଲେ ଯେ TMC ଶାସନକାଳୀନ ସମୟରେ ମହିଳାଙ୍କ ଉପରେ ଅତ୍ୟାଚାର ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନଜର ଅନ୍ଦାଜ କରାଯାଇଥିଲା, ଯାହାର ଫଳ ଭୋଟରମାନେ ନିର୍ବାଚନରେ ଦେଖାଇଛନ୍ତି । ଯେତେ କ୍ଷମତାଶାଳୀ ହେଲେ ମଧ୍ୟ ଯଦି ମହିଳାଙ୍କ ଉପରେ ଅନ୍ୟାୟ ହୁଏ ଏବଂ ସରକାର ନିରବ ରହେ, ତାହାଲେ ଲୋକମାନେ ତାହାର ଉଚିତ ଦଣ୍ଡ ଦେବେ ବୋଲି ମନ୍ତ୍ରୀ କହିଥିଲେ ।

ପୂଜାରୀ ଏହା ସହିତ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ କାର୍ଯ୍ୟକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମର ଫଳରେ ବିଜେପି ଏହି ସଫଳତା ଅର୍ଜନ କରିପାରିଛି। ସେ ଆହୁରି କହିଥିଲେ ଯେ ବାଂଲାଦେଶରୁ ଅନୁପ୍ରବେଶ ନିୟନ୍ତ୍ରଣ କରାଯିବ ଏବଂ ରାଜଧର୍ମ ଅନୁସାରେ ଶାସନ ଚାଲିବ । ଦେଶର ସ୍ୱାଧୀନତା ସଂଗ୍ରାମରେ ଯେପରି ବେଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା, ସେପରି ଆଗାମୀ ଦିନରେ ମଧ୍ୟ ଦେଶର ବିକାଶରେ ଏହା ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

  • Related Posts

    ପଶ୍ଚିମବଙ୍ଗ ପାଇଁ ମୋହନ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ

    ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ପଶ୍ଚିମବଙ୍ଗ ପାଇଁ ମୋହନ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ନେତା ଚୟନ ପାଇଁ ମୋହନଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି…

    Continue reading
    ସରକାର ଗଠନ ଅନୁମତି:ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବିଜୟ ଥଲାପତି

    ଚେନ୍ନାଇ: ତାମିଲନାଡୁ ନିର୍ବାଚନରେ ଟିଭିକେ ଝଡ୍‌ । ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥଲାପତି ରାଜନୀତିରେ ବ୍ଲକବାଷ୍ଟର ଡେବ୍ୟୁ କରିଛନ୍ତି । ଟିଭିକେ ପାର୍ଟି ମ୍ୟାଜିକ୍‌ ନମ୍ବର ପାଖାପାଖି ସିଟ୍‌ ହାତେଇଛି । ପୂର୍ଣ୍ଣ ବହୁମତ କୌଣସି ଦଳ ହାତେଇନଥିବା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ