
ଦେବଗଡ଼:ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପିଏମ କିସାନ୍ର ୨୩ ତମ କିସ୍ତି ଲୋକାର୍ପଣ ଅବସରରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି, ପୂର୍ବ ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ପାଣିଗ୍ରାହୀ,ବିଧାୟକ ଙ୍କ ପ୍ରତିନିଧି ଚନ୍ଦ୍ରଶେଖର ଭୁକ୍ତା,ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ମାନସୀ ଭୋଳ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ। ଏହି ଅବସରରେ ଦେବଗଡ଼ ଜିଲ୍ଲାରୁ ପିଏମକିସାନ ସମ୍ମାନନିଧି ଯୋଜନାରେ ୩୭,୮୧୫ ଜଣ ଚାଷୀଙ୍କୁ ଡିବିଟି ମାଧ୍ୟମରେ ୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ସାହୁ,ଜଳଛାୟାର ପ୍ରକଳ୍ପ ନିର୍ଦ୍ଦେଶକ ଦେବାଶିଷ ଜଗଦେବଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଚାଷୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲା କୃଷି ଅଧିକାରୀ ମନୋଜ ମାରାଣ୍ଡି ପରିଚାଳନା କରିଥିଲେ।


