ପୁଣି ଆକ୍ରମଣ ପାଇଁ ଇରାନକୁ ଟ୍ରମ୍ପଙ୍କ ଧମକ

ତେହରାନ : ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଟ୍ରମ୍ପ କହିଥିଲେ ଇରାନ ଉପରେ ବର୍ତ୍ତମାନ ଆମେରିକା ଆକ୍ରମଣ ବନ୍ଦ ରଖିଛି ସତ ହେଲେ ଯେକୌଣସି ସମୟରେ ପୁନର୍ବାର ଆକ୍ରମଣ କରିପାରେ। ଇରାନ ବର୍ତ୍ତମାନ ବେଶ୍‌ ଅର୍ଥନୈତିକ ଓ ସାମରିକ ଚାପ ମଧ୍ୟରେ ରହିଛି। ସେହିପରି ଇରାନ୍‌ ସହ ନିକଟ ଭବିଷ୍ୟତରେ ଆଲୋଚନା କରାଯିବାର ସମ୍ଭାବନା ନ ଥିବା ଟ୍ରମ୍ପ ସ୍ପଷ୍ଟ କରି ଦେଇଛନ୍ତି। ଆମେରିକାର ଆକ୍ରମଣରେ ଇରାନ ସାମରିକ ଦୃଷ୍ଟିରୁ ଦୁର୍ବଳ ହୋଇପଡ଼ିଥିବା ଟ୍ରମ୍ପ ଦାବି କରିଛନ୍ତି। ଇରାନ୍‌ର ସୈନ୍ୟ ଶକ୍ତି ଓ ଅସ୍ତ୍ରଶସ୍ତ୍ର କମିଛି, ସେନା କର୍ମଚାରୀଙ୍କୁ ଦରମା ଦେବାକୁ ଇରାନ ପାଖରେ ଅର୍ଥ ନାହିଁ। ଯଦି ଚାପର ବଶବର୍ତ୍ତୀ ହୋଇ ଇରାନ୍‌ ହର୍ମୁଜ ପ୍ରଣାଳୀ ଦେଇ ପଣ୍ୟବାହୀ ଜାହାଜ ଚଳାଚଳ ପାଇଁ ଅନୁମତି ଦିଏ ତେବେ ସୁଦ୍ଧା ଇରାନ ଉପରେ ଆମେରିକା ସଶସ୍ତ୍ର ଆକ୍ରମଣ କରିବ ନାହିଁ ବୋଲି ​‌େ‌କୗଣସି ଗ୍ୟାରେଣ୍ଟ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରି ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ ସହ ନିକଟ ଭବିଷ୍ୟତରେ କୌଣସି ପ୍ରକାର କୂଟନୈତିକ ଆଲୋଚନା ହେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

  • Related Posts

    CNG PRICE HIKE AGAIN ପୁଣି ମହଙ୍ଗା ହେଲା ସିଏନଜି

    ଦିଲ୍ଲୀରେ ପୁଣି ମହଙ୍ଗା ହେଲା ସିଏନଜି। କେଜି ପ୍ରତି ୩ ଟଙ୍କା ୮୯ ପଇସା ମହଙ୍ଗା ହୋଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ (ଆଇଜିଏଲ) ପକ୍ଷରୁ ଏହି ଦର ବୃଦ୍ଧି ହୋଇଛି। ନୂଆ ଦର ଆଜିଠୁ ଲାଗୁ ହୋଇଛି। ଏହି ନୂଆ ଦର…

    Continue reading
    ସେପ୍ଟେମ୍ବର ୪ରେ ଲଞ୍ଚ କରିବ ଇଓଏସ୍-୫ ସାଟେଲାଇଟ୍

    ନୂଆଦିଲ୍ଲୀ: ଲଞ୍ଚପ୍ୟାଡ୍‌ଠୁ ପ୍ରାୟ ୮ ମାସ ଦୂରରେ ରହିବା ପରେ ଓ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକଲ (ପିଏସ୍‌ଏଲ୍‌ଭି )ର ଗୋଟିଏ ପରେ ଗୋଟିଏ ବିଫଳତା ପରେ ଏକ ବଡ଼ ମିଶନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ