CNG PRICE HIKE AGAIN ପୁଣି ମହଙ୍ଗା ହେଲା ସିଏନଜି

ଦିଲ୍ଲୀରେ ପୁଣି ମହଙ୍ଗା ହେଲା ସିଏନଜି। କେଜି ପ୍ରତି ୩ ଟଙ୍କା ୮୯ ପଇସା ମହଙ୍ଗା ହୋଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ (ଆଇଜିଏଲ) ପକ୍ଷରୁ ଏହି ଦର ବୃଦ୍ଧି ହୋଇଛି। ନୂଆ ଦର ଆଜିଠୁ ଲାଗୁ ହୋଇଛି। ଏହି ନୂଆ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି।ଦର ବୃଦ୍ଧି ପରେ ଦିଲ୍ଲୀରେ CNG ମୂଲ୍ୟ କେଜି ପ୍ରତି ୮୩.୦୯ ଟଙ୍କାରୁ ବଢ଼ି ୮୬.୯୮ ଟଙ୍କା ହୋଇଛି। ଏହାର ପ୍ରଭାବ କେବଳ ଦିଲ୍ଲୀରେ ନୁହେଁ, ଏନସିଆରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପଡ଼ିଛି। ଗୁରୁଗ୍ରାମରେ CNG ଦର ୯୨.୦୧ ଟଙ୍କା, ଗାଜିଆବାଦରେ ୯୫.୫୯ ଟଙ୍କା ଏବଂ ମେରଠରେ ୯୫.୪୭ ଟଙ୍କା ପ୍ରତି କେଜି ହୋଇଛି।

ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଏବଂ ଅନ୍ତର୍ଜାତୀୟ ବଜାରରେ ଏଲଏନଜି ମୂଲ୍ୟରେ ତୀବ୍ର ବୃଦ୍ଧି ଏବେ ସିଏନଜି ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଛି। ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ସଙ୍କଟ ଯୋଗୁଁ ଗ୍ୟାସ୍‌ ଯୋଗାଣ ଓ ପରିବହନ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି ହୋଇଛି।

ବିଶେଷକରି ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଦେଇ ଏନର୍ଜି କାର୍ଗୋ ପରିବହନରେ ବାଧା ଓ ଅନିଶ୍ଚିତତା ଅନ୍ତର୍ଜାତୀୟ ଏଲଏନଜି ବଜାରକୁ ପ୍ରଭାବିତ କରିଛି। ଏହା ସହିତ ୟୁରୋପରେ ଶୀତ ଋତୁ ପୂର୍ବରୁ ଗ୍ୟାସ ମହଜୁଦ ବଢ଼ାଇବାକୁ ଚାହିଦା ବଢୁଛି। ଯାହା ଅନ୍ତର୍ଜାତୀୟ ଏଲଏନଜି ମୂଲ୍ୟ ଉପରେ ପ୍ରଭାବ ପକାଇଛି।

  • Related Posts

    ସେପ୍ଟେମ୍ବର ୪ରେ ଲଞ୍ଚ କରିବ ଇଓଏସ୍-୫ ସାଟେଲାଇଟ୍

    ନୂଆଦିଲ୍ଲୀ: ଲଞ୍ଚପ୍ୟାଡ୍‌ଠୁ ପ୍ରାୟ ୮ ମାସ ଦୂରରେ ରହିବା ପରେ ଓ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକଲ (ପିଏସ୍‌ଏଲ୍‌ଭି )ର ଗୋଟିଏ ପରେ ଗୋଟିଏ ବିଫଳତା ପରେ ଏକ ବଡ଼ ମିଶନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ…

    Continue reading
    ପୁଣି ଆକ୍ରମଣ ପାଇଁ ଇରାନକୁ ଟ୍ରମ୍ପଙ୍କ ଧମକ

    ତେହରାନ : ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଟ୍ରମ୍ପ କହିଥିଲେ ଇରାନ ଉପରେ ବର୍ତ୍ତମାନ ଆମେରିକା ଆକ୍ରମଣ ବନ୍ଦ ରଖିଛି ସତ ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ