ଫୋକସ୍ ପ୍ଲସ୍ ଅଫିସ୍‌କୁ ସିଲ୍‌ କଲା ପୁଲିସ

ଭୁବନେଶ୍ୱର: ସୋସିଆଲ ମିଡିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା ଫୋକସ୍ ପ୍ଲସ୍ ଟିଭିର ମୁଖ୍ୟ ସୁଧାଂଶୁ ରାଉତଙ୍କ ପାଇଁ ମହଙ୍ଗା ପଡିଛି । କ୍ୟାପିଟାଲ୍ ଥାନା ପୁଲିସ୍ ବରମୁଣ୍ଡାରେ ଥିବା ଫୋକସ୍ ପ୍ଲସ୍ ଅଫିସ୍‌ରେ ଚଢ଼ଉ କରିବା ସହ ଅଫିସ୍‌କୁ ସିଲ୍ କରିଛି । ସେଠାରୁ କିଛି କାଗଜପତ୍ର ଜବତ କରିଛି ପୁଲିସ୍ ।
ଗତ ୧୨ ତାରିଖରେ ଏକ ସଙ୍ଗଠନ ପକ୍ଷରୁ ବାପୁଜୀନଗରରେ ଥିବା ଏକ ହୋଟେଲ୍‌ରେ ଏକ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ଫୋକସ୍ ପ୍ଲସ୍ ଟିଭିର ମୁଖ୍ୟ ସୁଧାଂଶୁ ରାଉତ ଅତିଥି ଭାବେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଧାଂଶୁ କହିଥିଲେ, ଆମ ଉମରକୋଟ ରିପୋର୍ଟର ପ୍ରୀତିରଞ୍ଜନ ଦାସଙ୍କ ମାଧ୍ୟମରେ ମୋତେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫୋନ୍ କରି ବହି ତ୍ରୁଟି ବିରୋଧରେ ନ୍ୟୁଜ୍ ନ କରିବା ପାଇଁ ଟଙ୍କା ଅଫର କରୁଥିଲେ । ସୁଧାଂଶୁଙ୍କ ଏହି ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହା ବିରୋଧରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସ୍‌ଡ଼ି ଥିବା ଆଶିଷ କୁମାର ଭୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ରିପୋର୍ଟର ପ୍ରୀତିରଞ୍ଜନଙ୍କ ବୟାନ ରେକର୍ଡ କରିଥିଲା । ପୁଲିସ୍ ରବିବାର ବରମୁଣ୍ଡା ଗାଁରେ ଥିବା ଫୋକସ୍ ପ୍ଲସ୍ ଅଫିସ୍‌ରେ ଚଢ଼ଉ କରିଥିଲା ।

କ୍ୟାପିଟାଲ ଥାନା ଆଇଆଇସି ରାଧାକାନ୍ତ ସାହୁ କହିଛନ୍ତିି, ମିଥ୍ୟା ପ୍ରଚାର ନେଇ ଅଭିଯୋଗ ହୋଇଥିଲା । ମାମଲା ରୁଜୁ କରିବା ସହ ତଦନ୍ତ ଚାଲିଥିଲା । ସୁଧାଂଶୁ ତଦନ୍ତରେ ସହଯୋଗ କରିବା ବଦଳରେ ଫେରାର ହୋଇଯାଇଛନ୍ତି । ଆଜି ତାଙ୍କ ଅଫିସ୍ରେ ଚଢ଼ଉ କରାଯାଇଛି ବହୁ କାଗଜ ପତ୍ର ଜବତ କରାଯିବା ସହ ଅଫିସ୍‌କୁ ସିଲ୍ କରାଯାଇଛି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ