
ରାଜନଗର: ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା ରାଜନଗରରେ ଆରମ୍ଭ ହୋଇଛି ଝିପିଝିପି ବର୍ଷା। ଧୀରେ ଧୀରେ ବଢ଼ୁଛି ବାତ୍ୟାର ପ୍ରଭାବ। ଏପଟେ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ତତ୍ପର ହୋଇଛି ପ୍ରଶାସନ। ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।
ସାତଭାୟା ପଞ୍ଚାୟତର ମଗରକନ୍ଦା ଗାଁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବାଉଁଶଗଡ଼ ନଦୀ ପାର ହୋଇ ଗାଁରେ ପହଞ୍ଚିଛି ପ୍ରଶାସନିକ ଟିମ୍। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଚାଲିଛି ଉଦ୍ଧାର ଓ ସ୍ଥାନାନ୍ତର ପ୍ରକ୍ରିୟା।






