ବାଘ ଛାଲ ଜବତ ଘଟଣାରେ ୭ ଜଣଙ୍କୁ ଗିରଫ କଲେ ବନ ବିଭାଗ

ଭବାନୀପାଟଣା:ସୂଚନାଯୋଗ୍ୟ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ର କର୍ଲାପାଟ ଥାନା ଅନ୍ତର୍ଗତ ପାନଭଟା ଗାଁ ନିକଟରୁ ଗତ ୨୫ ତାରିଖ ଦିନ ୨ ଟି କଲରାପତରିଆ ବାଘ ଛାଲ ଏସଟିଏଫ ଏବଂ ବନ ବିଭାଗ ଦ୍ୱାରା ଜବତ ହୋଇଥିଲା। ଆଜି କଲରାପତରିଆ ବାଘ ଛାଲ ଜବତ ଘଟଣାରେ ବନ ବିଭାଗ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ବାଘ ନଖ, ଦାନ୍ତ, ମେରୁଦଣ୍ଡର ହାଡ଼ ଓ ଚମଡ଼ାର ଖଣ୍ଡ ମଧ୍ୟ ଜବତ ହୋଇଥିବା ବନ କର୍ମଚାରୀ ମାନେ ସୂଚନା ଦେଇଥିଲେ । ଏଥି ସହିତ ଗିରଫ ବ୍ୟକ୍ତି ଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ପ୍ରାୟ ୭ ଗ୍ରାମ ବନ୍ଧୁକ ବାରୁଦ, ୨୦୬ଟି ଗୁଳି, ଗୁଳି ସଫା କରିବା ରଡ୍‌, ଗୋଟିଏ ଧନୁ ଓ ଦୁଇଟି ତୀର ମଧ୍ୟ ବନ ବିଭାଗ ଜବତ କରିଥିବା ସୂଚନା ଦିଆଯାଇଥିଲା । ବାଘ ତଥା ଅନ୍ୟାନ୍ୟ ଜନ୍ତୁ ର ଅଙ୍ଗ ପ୍ରତ୍ୟଙ୍ଗ, ବନ୍ଧୁକ, ଧନୁତୀର ଆଦି ଜବତ ହୋଇଥିବା ବନ ବିଭାଗ ସୂଚନା ଦେଇଛି । ଏହି ଘଟଣାରେ ଜଣଙ୍କୁ ବନ ବିଭାଗ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା କୁହାଯାଇଥିଲା । ପରେ ଅଟକ ବ୍ୟକ୍ତିର ସୂଚନା ଅନୁଯାୟୀ ବନ କର୍ମଚାରୀ ମାନେ କିଛିଦିନ ମଧ୍ୟରେ ଆଉ ୬ ଜଣଙ୍କୁ ଠାବ କରିଥିଲେ ।

  • Related Posts

    ଭୂସ୍ଖଳନରେ ଶିଶୁ ସମେତ ୩ ମୃତ, ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା

    ‘ଅର୍ଣ୍ଣବ’ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜନଜୀବନ…

    Continue reading
    ପିଏମ୍ କିଷାନ: ଓଡ଼ିଶାରେ ୩୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଗଲା ୭୦୭.୮୬ କୋଟି

    ଭୁବନେଶ୍ଵର : ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ୨୪ତମ କିସ୍ତି ବଣ୍ଟନ । ଗୁଜରାଟର ବନାସକାଣ୍ଠାରୁ ପିଏମ୍-କିଷାନ ଟଙ୍କା ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ୯.୩୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮,୬୯୦ କୋଟି ଟଙ୍କା । ଓଡ଼ିଶାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି