ବାରହା ଶିକାର ଘଟଣାରେ ୪ ଗିରଫ

ଦେବଗଡ:ବେଆଇନ ବାରହା ଶିକାର ଅଭିଯୋଗରେ ଦେବଗଡ ରେଞ୍ଜର ଶ୍ରୀନିବାସପୁର ଗ୍ରାମରେ ବନବିଭାଗ ପକ୍ଷରୁ ଚଢଉ କରାଯାଇ ୪ଜଣଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ ଥାନାର ସୁଗୁଡା ଗ୍ରାମର ବିଦେଶୀ ଥାପ୍ପା, ଗୁଣ୍ଡୁରିପୋଶି କଲୋନର ସାହିର ବେଲାରସେନ ସାହୁ, ଶ୍ରୀନିବାସପୁର ଗ୍ରାମର ଟୁନା ଦେହୁରୀ ଓ ଧମା ଥାନାର ଚକୁଳି ଗ୍ରାମର ମନୋଜ ମେହେର। ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ଜିଆଇ ତାର,ବାରହା ମୁଣ୍ଡ ଓ ୩୩ କେଜି ମାଂସ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି।ଅଭିଯୁକ୍ତ ୪ଜଣଙ୍କୁ ଆଜି ବନବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଶ୍ରୀନିବାସପୁର ଗ୍ରାମରେ ବେଆଇନ ବାରହା ଶିକାର କରାଯାଇଥିବା ଗତକାଲି ବନବିଭାଗର କର୍ମଚାରୀମାନେ ବିଶେଷ ସୁତ୍ରରୁ ସୂଚନା ପାଇଥିଲେ। ତେବେ ଡିଏଫଓଙ୍କ ନିର୍ଦ୍ଦେଶକ୍ରମ‌େ ଦେବଗଡ ରେଞ୍ଜର ଦିପ୍ତିରଞ୍ଜନ ବିଶ୍ବାଳଙ୍କ ନେତୃତ୍ବରେ ବନବିଭାଗର କର୍ମଚାରୀମାନେ ଚଢଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଦେଶୀ ବନ୍ଧୁକ,ବାରହା ମୁଣ୍ଡ ଓ ମାଂସ ଜବତ କରିଥିଲେ।

  • Related Posts

    ବାଘ ଛାଲ ଜବତ ଘଟଣାରେ ୭ ଜଣଙ୍କୁ ଗିରଫ କଲେ ବନ ବିଭାଗ

    ଭବାନୀପାଟଣା:ସୂଚନାଯୋଗ୍ୟ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ର କର୍ଲାପାଟ ଥାନା ଅନ୍ତର୍ଗତ ପାନଭଟା ଗାଁ ନିକଟରୁ ଗତ ୨୫ ତାରିଖ ଦିନ ୨ ଟି କଲରାପତରିଆ ବାଘ ଛାଲ ଏସଟିଏଫ ଏବଂ ବନ ବିଭାଗ ଦ୍ୱାରା ଜବତ ହୋଇଥିଲା। ଆଜି କଲରାପତରିଆ ବାଘ…

    Continue reading
    ଭୂସ୍ଖଳନରେ ଶିଶୁ ସମେତ ୩ ମୃତ, ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା

    ‘ଅର୍ଣ୍ଣବ’ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜନଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି