ବିରୋଧୀଙ୍କୁ ତଥ୍ୟ ସହ ଜବାବ ଦେବ ଶାସକ ଦଳ:ମୁକେଶ ମହାଲିଙ୍ଗ

ଭୁବନେଶ୍ବର : ସରିଲା ବିଜେପି ବିଧାୟକ ଦଳ ବୈଠକ। ବିରୋଧୀ ଙ୍କୁ ସାମ୍ନା କରିବାକୁ ରଣ ନୀତି ପ୍ରସ୍ତୁତ କଲା ଶାସକ ବିଜେପି। ବିଧାନ ସଭା ବିରୋଧୀଙ୍କୁ ଚେକ୍ ଦେବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ କରାଗଲା ରଣନୀତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକ ଶେଷ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ମୁକେଶ ମହାଲିଙ୍ଗ କହିଛନ୍ତି ବିଧାନସଭାରେ ବିରୋଧୀଙ୍କୁ ତଥ୍ୟ ସହ ଜବାବ ଦେବ ଶାସକ ଦଳ। ବିରୋଧୀ ଦଳ ଉଠାଇବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଏବଂ ରାଜ୍ୟ ସ୍ୱାର୍ଥ ସମ୍ବଳିତ ମୁଦ୍ଦା ଉପରେ ବିସ୍ତୃତ ଆଲୋଚନା ପାଇ ପ୍ରସ୍ତୁତ ରହିଛୁ । ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ଅନେକ ପ୍ରସଙ୍ଗ ଉଠାଇ ପାରନ୍ତି। ଏହାର ଜବାବ ତଥ୍ୟ ଓ ପ୍ରମାଣ ସହ ରଖିବାକୁ ଶାସକ ଦଳ ପ୍ରସ୍ତୁତ ରହିଛି। ବିରୋଧୀ ଦଳ ଯଦି କୌଣସି ଭ୍ରମାତ୍ମକ କିମ୍ବା ଅସତ୍ୟ ତଥ୍ୟ ଆଧାରରେ ପ୍ରସଙ୍ଗ ଉଠାନ୍ତି, ତେବେ ସରକାରଙ୍କ ପକ୍ଷରୁ ତାହାର ସତ୍ୟାସତ୍ୟ ଗୃହରେ ରଖାଯିବ।ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନ ଓ ଅଭିଯୋଗର ତଥ୍ୟଭିତ୍ତିକ ଉତ୍ତର ଦେବାକୁ ସରକାରୀ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି।

ବିଶେଷକରି ବାତ୍ୟା ମୁକାବିଲାରେ ସରକାରଙ୍କ ପଦକ୍ଷେପ ଓ ସଫଳତା, ପ୍ରଭାବିତ ଲୋକଙ୍କୁ ରିଲିଫ୍ ଏବଂ ସହାୟତା ପ୍ରଦାନ ପ୍ରସଙ୍ଗ ଗୃହରେ ଉଠିବ। ଗଞ୍ଜାମ, ଫୁଲବାଣୀ ଓ ଗଜପତି ଜିଲ୍ଲାର ପ୍ରଭାବିତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍ ପ୍ରଦାନ କରାଯାଇଛି। ବାତ୍ୟା ପରେ ଲୋକଙ୍କ ନିକଟରେ ମନ୍ତ୍ରୀ ଓ ବିଧାୟକମାନେ ପହଞ୍ଚି ସେମାନଙ୍କ ଦୁଃଖ ଓ ସମସ୍ୟା ବୁଝିବା ସହ ଆବଶ୍ୟକ ସହାୟତା ପାଇଁ ପଦକ୍ଷେପ ନେଇଛନ୍ତି। କୃଷି କ୍ଷୟକ୍ଷତି, ପଶୁପାଳନ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ସମସ୍ତ ତଥ୍ୟ ଗୃହରେ ରଖାଯିବ।ଅନ୍ୟପଟେ ପ୍ରଶ୍ନକାଳ, ଶୂନ୍ୟକାଳ, ମୋସନ୍ ଏବଂ ବିଧାନସଭାର ବିଭିନ୍ନ ବିଧାନସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଆସୁଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଶାସକ ଦଳ ପ୍ରସ୍ତୁତ ରହିଛି। ସର୍ବଦଳୀୟ ବୈଠକରେ ବିଜେଡି, କଂଗ୍ରେସ ଓ ବିଜେପି ସମେତ ସମସ୍ତ ଦଳର ସହମତି ଆଧାରରେ ଗୃହ ପରିଚାଳନା ଓ ବିଜନେସ୍ ଆଡଭାଇଜରି କମିଟିର ସୁପାରିସ ଅନୁଯାୟୀ ବିଭିନ୍ନ ବିଲ୍ ଉପରେ ଆଲୋଚନା କରାଯିବ।ବିଧାନସଭାରେ ସୁସ୍ଥ ଓ ଗଠନମୂଳକ ଆଲୋଚନା ହେବା ସହ ଗୃହର କାର୍ଯ୍ୟ ସୁରୁଖୁରୁରେ ଚାଲିବ ବୋଲି ଶାସକ ଦଳ ଆଶାବାଦୀ ଅଛନ୍ତି ବୋଲି ବିଜେପି ବିଧାୟକ ଦଳ ବୈଠକରେ ପରେ କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

  • Related Posts

    ବାତ୍ୟା ମୁକାବିଲାରେ ଲୋକଙ୍କ ସାଙ୍ଗରେ ରୁହ: ନବୀନ

    ଭୁବନେଶ୍ୱର: ବାତ୍ୟା ‘ଅକ୍ୱାନ୍‌’କୁ ଦୃଷ୍ଟିରେ ରଖି ବିପଦ ସମୟରେ ଲୋକଙ୍କ ସହିତ ରହିବା ପାଇଁ ସମସ୍ତ ବିଜେଡି ନେତା ଓ କର୍ମୀଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ନବୀନ କହିଛନ୍ତି, ଓଡ଼ିଶା ଉପକୂଳରେ…

    Continue reading
    ମାଝୀ ପାର୍ଗନା ଓ ମିଳିତ ଆଦିବାସି ମଞ୍ଚର ବିରାଟ ଆନ୍ଦୋଳନ : ସମର୍ଥନ ଜଣାଇ ସାମିଲ ହେଲା ବିଜୁ ଜନତା ଦଳ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଆଦିବାସୀଙ୍କ ଧାର୍ମିକ ପୂଜାସ୍ଥଳୀରେ ଆଦିବାସୀ ମାନଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ବିରାଟ ଆନ୍ଦୋଳନ ହୋଇଛି। ମାଝୀ ପାର୍ଗନା ମହଲ ଓ ମିଳିତ ଆଦିବାସି କଲ୍ୟାଣ ମଞ୍ଚ ମିଳିତ ଭାବେ ଆନ୍ଦୋଳନ ଡାକରାରେ କେନ୍ଦୁଝରରେ ବିରାଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !