
ଭୁବନେଶ୍ବର : ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ । କୋର୍ଟ ପରିସରରେ ଭୟର ବାତାବରଣ । ଏହା ମଧ୍ୟରେ କୋର୍ଟରେ ବୋମା ନିଷ୍କ୍ରିୟକାରୀ ଟିମ୍ର ଛାନ୍ଭିନ୍ । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଯାଞ୍ଚ । ତେବେ ବୋମା ଧମକ ମିଳିବା ପରେ ଫୋର୍ସ ମୁତୟନ ହୋଇଛନ୍ତି । କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ବିଭିନ୍ନ ସ୍ଥାନରେ ଛାନଭିନ କରାଯାଉଛି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଭୁବନେଶ୍ବର କୋର୍ୟକୁ ସମାନ ଧମକ ମିଳିସାରିଛି। କିନ୍ତୁ ତଲାସି ବେଳେ କିଛି ମିଳିନଥାଏ। ବରଂ ଗୁଜବ ବୋଲି ଜଣାପଡ଼ିଥାଏ।




