ଭୁଶୁଡ଼ିଲା ନିର୍ମାଣଧୀନ ବ୍ରିଜ୍‌ ସ୍ଲାବ; ୬ ଶ୍ରମିକ ମୃତ

ନୂଆଦିଲ୍ଲୀ; ଉତ୍ତର ପ୍ରଦେଶର ହମିରପୁରରେ ଏକ ବଡ଼ ଅଘଟଣ ଘଟିଛି । ପ୍ରବଳ ଝଡ଼-ତୋଫାନରେ ବେତୱା ନଦୀ ଉପରେ ନିର୍ମାଣାଧୀନ ଏକ ପୋଲର ସ୍ଲାବ୍ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଏସପିଙ୍କ ଅନୁଯାୟୀ, ଏବେ ବି ୬ ଜଣ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି । ଜେସିବି ସାହାଯ୍ୟରେ ଭଗ୍ନାବଶେଷ ହଟାଯାଉଛି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଝଡ଼ ଏବଂ ବର୍ଷା ଯୋଗୁଁ ସ୍ଲାବ୍ ଖସି ପଡ଼ିଛି । ପାଣିପାଗ ବିଭାଗ ଅନୁଯାୟୀ, ହମିରପୁର ଦେଇ ୭୦-୮୦ କିଲୋମିଟର ବେଗରେ ପବନ ବହିଥିଲା ।
ହମିରପୁରର ମୋରା କାଣ୍ଡର ଏବଂ କୁରାରା ଅଞ୍ଚଳକୁ ସଂଯୋଗ କରିବା ପାଇଁ ଏକ ନୂତନ ସେତୁ ନିର୍ମାଣ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ଏକ ପ୍ରବଳ ଝଡ଼ ଏହି ଅଞ୍ଚଳରେ ମାଡ଼ି ଆସିଥିଲା । ଏହି ସମୟରେ ନିର୍ମାଣାଧୀନ ସେତୁର ଏକ ବଡ଼ ସ୍ଲାବ୍ ହଠାତ୍ ତାସ ଘର ପରି ଭୁଶୁଡ଼ି ପଡ଼ିଥିଲା। କିଛି ପୂର୍ବରୁ ବିହାରର ଭାଗଲପୁରରେ ଏକ ପୋଲ ଭୁଶୁଡ଼ି ପଡ଼ିଥିଲା। ଗଙ୍ଗା ନଦୀ ଉପରେ ନିର୍ମିତ ବିକ୍ରମଶିଳା ପୋଲର ଏକ ଅଂଶ ହଠାତ୍ ଭାଙ୍ଗି ନଦୀରେ ପଡ଼ିଯାଇଥିଲା । ଘଟଣାସ୍ଥଳରେ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଫଳସ୍ୱରୂପ, ଦୁର୍ଘଟଣାରେ କେହି ମୃତାହତ କିମ୍ବା ଆହତ ହୋଇ ନଥିଲେ କିନ୍ତୁ ହମିରପୁରରେ ବ୍ରିଜ୍ ସ୍ଲାବ୍ ଭୁଶୁଡି ୬ ଜଣଙ୍କର ମୃତ୍ୟୁ ହୋଇଛି ।
ହମିରପୁରରେ ଭୁଶୁଡ଼ିଥିବା ବ୍ରିଜ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ଦେଇଛନ୍ତି । ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତ୍ୱରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଉପଯୁକ୍ତ ଚିକିତ୍ସା, ପର୍ଯ୍ୟାପ୍ତ କ୍ଷତିପୂରଣ ଏବଂ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ