ରାଜ୍ୟସଭା ଉପନିର୍ବାଚନ: ୪ ସେଟ୍‌ ଫର୍ମ କିଣିଲେ ଉପାସନା

ଭୁବନେଶ୍ୱର:ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟ ସଭାର ଆସନର ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ଜାରି ହେବାର ପ୍ରଥମ ଦିନରେ ୪-ସେଟ୍‌ ଫର୍ମ ବିକ୍ରି ହୋଇଛି। ଭାଜପା ବିଧାୟିକା ଉପାସନା ମହାପାତ୍ର ରିଟର୍ନିଂ କାର୍ଯ୍ୟାଳୟରୁ ୪-ସେଟ୍‌ ଫର୍ମ କିଣିଛନ୍ତି। ତେବେ ଏହି ଫର୍ମ ଦଳ ତରଫରୁ କିଣିଛନ୍ତି ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ରହିଛି ସେନେଇ ଉପାସନା ସ୍ପଷ୍ଟ କରି ନାହାନ୍ତି।
ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟ ସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ଲାଗି ଭାରତର ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି। ଓଡ଼ିଶା ବିଧାନସଭା ସଚିବ ସତ୍ୟବ୍ରତ ରାଉତ ରିଟର୍ନିଂ ଅଫିସର ଭାବେ ନିଯୁକ୍ତ ହୋଇଥିବାବେଳେ ବିଦ୍ୟାଧର ମାଝୀ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ଏସଂକ୍ରାନ୍ତରେ ସୋମବାର ବିଧାନସଭା ସଭାକକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଚିବ ତଥା ଉପନିର୍ବାଚନ ରିଟର୍ନିଂ ଅଫିସର ରାଉତ କହିଛନ୍ତି, ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ମେ’୨୫ରେ ଇସ୍ତଫା ପ୍ରଦାନ କରିଛନ୍ତି। ସେହି ଖାଲିପଡିଥିବା ଗୋଟିଏ ପଦବୀ ପୂରଣ ଲାଗି ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଖାଲି ପଡ଼ିଥିବା ଏହି ପଦ ପାଇଁ ସରକାରୀ ଛୁଟିଦିନ ବ୍ୟତୀତ ପୂର୍ବାହ୍ନ ୧୧ଟାଠାରୁ ଅପରାହ୍ନ ୩ ଟା ମଧ୍ୟରେ ମନୋନୟନ ପତ୍ର ଦାଖଲ କରାଯାଇପାରିବ। ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜୁନ୍‌ ୮ ରଖାଯାଇଛି। ସେହିପରି ମନୋନୟନ ପତ୍ର ଯାଞ୍ଚ ଜୁନ୍‌ ୯ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ଓଡ଼ିଶା ବିଧାନସଭା ସୌଧର ସମ୍ମିଳନୀ କକ୍ଷ (ତଳ ମହଲା)ରେ କରାଯିବ। ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ଜୁନ୍‌ ୧୧ (ଗୁରୁବାର) ଅପରାହ୍ନ ୩ଟା ରଖାଯାଇଛି। ଯଦି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୁଏ ତେବେ ଜୁନ୍‌ ୧୮ (ଗୁରୁବାର) ପୂର୍ବାହ୍ନ ୯ଟାଠାରୁ ଅପରାହ୍ନ ୪ଟାମଧ୍ୟରେ ଓଡ଼ିଶା ବିଧାନସଭା ସୌଧର କମିଟି ପ୍ରକୋଷ୍ଠ ନଂ-୫୪ରେ ଭୋଟ ଗ୍ରହଣ କରାଯିବ ଓ ସେହିଦିନ ଫଳାଫଳ ପ୍ରକାଶ ପାଇବ ବୋଲି ସଚିବ ରାଉତ କହିଛନ୍ତି।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ