ଶ୍ରୀମନ୍ଦିରର ୩ ସ୍ଥାୟୀ ଜମା ୧୮୧୧ କୋଟି ଟପିଲା

ପୁରୀ : ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରର ୩ଟି ଯୋଜନା (କର୍ପସ ପାଣ୍ଠି, ଫାଉଣ୍ଡେସନ ପାଣ୍ଠି, ମନ୍ଦିର ପାଣ୍ଠି) ରେ ମୋଟ ୧୮୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ସ୍ଥାୟୀ ଜମା ଭାବେ ରଖାଯାଇଛି । ଏଥିମଧ୍ୟରୁ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାନଙ୍କରେ ୧୩୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଏବଂ ଶ୍ରୀଜଗନ୍ନାଥ ମନ୍ଦିରର ପି.ଏଲ୍ ଆକାଉଣ୍ଟରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ରଖାଯାଇଛି ।
ଏତଦବ୍ୟତୀତ ଆଜି ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ (ସେଭିଙ୍ଗ୍ସ/ କରେଣ୍ଟ/ଫ୍ଲେକ୍ସି) ୧୦୦ କୋଟି ୭୦ ଲକ୍ଷ ୬୬ ହଜାର ୮୬୮ ଟଙ୍କା ରହିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ସୂଚନା ଦିଆ ଯାଇଛି । ଭକ୍ତ ମାନଙ୍କର ଦାନରାଶି ଏବଂ ମନ୍ଦିର ସମ୍ପତ୍ତିର ଠିକ୍ ପରିଚାଳନା ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଇବା ପାଇଁ ଏହି ସୂଚନା ଦିଆଯାଇଛି ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଜରିଆରେ ୫୬ ଲକ୍ଷ ୭୦ ହଜାର ୭୦୫ ଟଙ୍କା ଦାନ ଦିଆଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆୟ ମୁଖ୍ୟତଃ ଭକ୍ତଙ୍କ ଦାନ, ଶ୍ରୀମନ୍ଦିର ଖଣିଖାଦାନ, ସ୍ଥାୟୀ ଜମାର ସୁଧ, ଜମି ବିକ୍ରି ଓ ଜମି ଅଧିଗ୍ରହଣ ଏବଂ ସରକାରୀ ଅନୁଦାନରୁ ମିଳିଥାଏ । ଏହି ଆୟର କିଛି ନିଦ୍ଦି ର୍ଷ୍ଟ ଅଂଶ କର୍ପସ ପାଣ୍ଠି ହିସାବରେ ଏବଂ ଅନ୍ୟ ଏକ ଅଂଶ ଫାଉଣ୍ଡେସନ ପାଣ୍ଠି ହିସାବରେ ସ୍ଥାୟୀ ଜମାରେ ରଖା ଯାଇଥାଏ । ଅବଶିଷ୍ଟ ଆୟ ମନ୍ଦିର ପାଣ୍ଠି ହିସାବରେ ରଖାଯାଇଥାଏ । ଶ୍ରୀମନ୍ଦିରର ଦୈନନ୍ଦିନ ଖର୍ଚ୍ଚ ଏହି ମନ୍ଦିର ପାଣ୍ଠିରୁ ହୋଇଥାଏ ଏବଂ ବଳକା ମନ୍ଦିର ପାଣ୍ଠି ଅର୍ଥକୁ ସ୍ଥାୟୀ ଜମା ହିସାବରେ ରଖାଯାଏ ।
ସୂଚନାଥାଉକି, ଶ୍ରୀମନ୍ଦିରକୁ ଭକ୍ତଙ୍କ ଦାନ ପରିମାଣ ପ୍ରତିବର୍ଷ ବଢ଼ିଚାଲିଛି । ୨୦୨୧-୨୨ରେ ହୁଣ୍ଡି, ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟାନ୍ୟ ସୂତ୍ରରୁ ଯଥାକ୍ରମେ ୮ କୋଟି ୨୩ ଲକ୍ଷ ୧୩ ହଜାର ୧୨୭ ଟଙ୍କା, ୬ କୋଟି ୮୩ ଲକ୍ଷ ୩୧ ହଜାର ୯୬୧ ଟଙ୍କା ଓ ୨ କୋଟି ୨୫ ହଜାର ୩୧ ହଜାର ୪୯୭ ଟଙ୍କା ମିଳିଥିଲା । ୨୦୨୨-୨୩ରେ ଏହି ଦାନ ରାଶି ଯଥାକ୍ରମ ୧୫ କୋଟି ୪୬ ଲକ୍ଷ ୧୭ ହଜାର ୧୫୨ ଟଙ୍କା, ୩୦ କୋଟି ୭୨ ଲକ୍ଷ ୨୭ ହଜାର ୨୧୬ ଟଙ୍କା ଓ ୪ କୋଟି ୬୨ ଲକ୍ଷ ୩୪୩ ଟଙ୍କା ମିଳିଥିଲା । ୨୦୨୩-୨୪ରେ ଏହି ଦାନ ରାଶି ଯଥାକ୍ରମେ ୧୬ କୋଟି ୯୨ ଲକ୍ଷ ୩୬ ହଜାର ୯୪୭ ଟଙ୍କା, ୨୨ କୋଟି ୨୪ ଲକ୍ଷ ୩୯ ହଜାର ୯୧୮ ଟଙ୍କା ଓ ୮ ଲକ୍ଷ ୭୩ ହଜାର ୫୭ ହଜାର ୭୦୧ ଟଙ୍କା ମିଳିଥିଲା । ସେହିପରି ହୁଣ୍ଡି ଓ ଅନ୍ୟାନ୍ୟ ଉତ୍ସବରୁ ଦାନ ସୁନାର ପରିମାଣ ୨୦୨୧-୨୨ ମସିହାରେ ୩ କେଜି ୫୯ ଗ୍ରାମ ୭୪୦ ଗ୍ରାମ, ୨୦୨୨-୨୩ରେ ୩ କେଜି ୭୩୬ ଗ୍ରାମ ୮୯୪ ମିଲିଗ୍ରାମ, ୨୦୨୩ ୨୪ରେ ୫ କେଜି ୩୭ ଗ୍ରାମ ୭୯୦ ମିଲିଗ୍ରାମ ମିଳିଥିଲା ।

ସେହିପରି ଏହି ୩ ଆର୍ଥିକ ବର୍ଷରେ ହୁଣ୍ଡି ଓ ଅନ୍ୟାନ୍ୟ ଉତ୍ସରୁ ଆଦାୟ ରୁପା ପରିମାଣ ଯଥାକ୍ରମେ ୨୪ କେଜି ୮୩୪ ଗ୍ରାମ ୫୨୦ ମିଲିଗ୍ରାମ, ୧୦୮ କେଜି ୧୮୩ ଗ୍ରାମ ୧୦୫ ମିଲିଗ୍ରାମ ଓ ୮୧ କେଜି ୧୧୨ କେଜି ୧୦ ମିଲିଗ୍ରାମ ମିଳିଥିଲା । ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ପ୍ରାପ୍ତ ଅର୍ଥର ୧୦ ପ୍ରତିଶତ ଓ ଅନ୍ୟାନ୍ୟ ମାଧ୍ୟମରେ ଆସୁଥିବା ୫୦୦ ଟଙ୍କାରୁ କମ ଦାନ ଅର୍ଥକୁ ଶ୍ରୀମନ୍ଦିରର ଦୈନଦିନ କାର୍ଯ୍ୟରେ ବିନିଯୋଗ କରାଯାଉଛି । ସେହିପରି ବିଭିନ୍ନ ମାଧ୍ୟମରେ ଆସିଥିବା ସୁନା ଓ ରୁପା ଶ୍ରୀମନ୍ଦିରର ବିଭିନ୍ନ ଅଳଙ୍କାର ମରାମତି ଓ ନୀତିକାନ୍ତି ନିମନ୍ତେ ବ୍ୟବହାର ପରେ ସମସ୍ତ ବଳକା ସୁନା ଓ ରୁପାକୁ ଶ୍ରୀମନ୍ଦିର କିମ୍ବା ଶ୍ରୀମନ୍ଦିରର ବ୍ୟାଙ୍କ ଲକରରେ ମହଜୁଦ୍ ରଖାଯାଉଛି ।

  • Related Posts

    ଚନ୍ଦ୍ରିକା ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

    କଟକ: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ସାକ୍ଷୀମାନଙ୍କୁ…

    Continue reading
    ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଜେଲ୍‌

    ଢେଙ୍କାନାଳ:ସରକାରୀ ଅର୍ଥ ଆତ୍ମସାତ୍‌ ଓ ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଆଜି (୦୩.୦୯.୨୦୨୬) ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ବିଶେଷ ଭିଜିଲାନ୍ସ ଆଦାଲତ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ: ନିତ୍ୟାନନ୍ଦ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ