ନୂଆଦିଲ୍ଲୀ: ଦେଶରେ ଔଷଧ ଦରରେ ରହୁଥିବା ବଡଧରଣର ଅନ୍ତରକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡା ପ୍ରଶ୍ନ କରିଛନ୍ତି । ଔଷଧର ସର୍ବାଧିକ ଖୁଚୁରା ଦର (ଏମ୍ଆର୍ପି) ଓ ଖୁଚୁରା ବିକ୍ରେତାଙ୍କ ପାଇଁ ଧାର୍ଯ୍ୟ ଦର ମଧ୍ୟରେ ରହୁଥିବା ବଡଧରଣର ଅନ୍ତର ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଔଷଧ ଦରରେ ୨୦୦%, ୩୦୦% ବୃଦ୍ଧି କାହିଁକି କରାଯାଉଛି ବୋଲି ସୁପ୍ରିମ୍ କୋର୍ଟ ସରକାରଙ୍କୁ କଡା ପ୍ରଶ୍ନ କରିଛନ୍ତି । ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଶର କମ୍ ମୁଣ୍ଡପିଛା ଆୟ ଓ ସାଧାରଣ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାର କ୍ଷମତାକୁ ବିଚାରକୁ ନନେଇ କେବଳ ଔଷଧ ଦାମ୍କୁ ଅଲଗା ଭାବରେ ଦେଖାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିବା ସହ ରୋଗୀଙ୍କୁ ବ୍ୟବସାୟ ସହିତ ତୁଳନା ନକରିବାକୁ ପରମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟସେବା ସଂସ୍ଥାଗୁଡିକ ‘ଲୁଟ୍’ କରୁଛନ୍ତି ଏବଂ ସରକାର ସ୍ଥାଣୁ ଭଳି ସବୁ ଦେଖୁଛନ୍ତି । ଏହା ଜାରି ରହିବା ଉଚିତ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ସ୍ୱାସ୍ଥ୍ୟସେବା ସଂସ୍ଥାଗୁଡିକ ‘ଲୁଟ୍ କରି ନିଜ ଖର୍ଚ୍ଚ ବହନ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଔଷଧ ନିର୍ମାତାଙ୍କୁ ସାହାଯ୍ୟ କରିବା ଲାଗି ପୂରା ସିଷ୍ଟମ କାମ କରୁଥିବା ଭଳି ମନେ ହେଉଛି । ରିଟେଲରଙ୍କୁ ୧୫ ଟଙ୍କାରେ ବିକ୍ରି କରାଯାଉଥିବା ଔଷଧର ଏମ୍ଆର୍ପି ୨୫୦ ଟଙ୍କା ଲେଖାଯାଇଛି। ଏହି ‘ଲୁଟ୍’ (ଡକାୟତି) କିଭଳି ଯଥାର୍ଥ ତାହା ବୁଝାଇପାରିବେ କି ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଥିଲେ ।
ଅକ୍ଟୋବର ୨୯ରୁ ନଭେମ୍ବର ୪/୫ ପର୍ଯ୍ୟନ୍ତ ଟ୍ରେନ୍ ବାତିଲ୍
ଭୁବନେଶ୍ୱର/ବିଶାଖାପାଟଣା: ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ୟାପକ ସୁରକ୍ଷାମୂଳକ ପଦକ୍ଷେପ ଭାବେ ଅକ୍ଟୋବର ୨୯ରୁ ନଭେମ୍ବର ୪/୫ ପର୍ଯ୍ୟନ୍ତ ଟ୍ରେନ୍ ବାତିଲ୍ କରାଯାଇଛି । ବାତିଲ୍ ହୋଇଥିବା ପ୍ରମୁଖ ଟ୍ରେନ୍ଗୁଡ଼ିକ: ୧୮୫୧୫/୧୮୫୧୬ ବିଶାଖାପାଟଣା–କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ୍ (୨୯…



