ସର୍ବଣା ବିବେକ ଏମ୍ ହେଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର: ରାଜ୍ୟ ସରକାର ଆଇପିଏସ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ମଙ୍ଗଳବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ରହ୍ମପୁର ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ୨୦୧୫ ବ୍ୟାଚର ଆଇପିଏସ ଅଫିସର ସର୍ବଣା ବିବେକ ଏମ୍ ଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତ କରାଯାଇଛି । ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ସ୍ଥାନରେ ତାଙ୍କୁ ଏହି ଗୁରୁଦାୟିତ୍ବ ଦିଆଯାଇଛି । ସେହିପରି ଢେଙ୍କାନାଳ ଏସ୍‌ପି ଥିବା ୨୦୧୯ ବ୍ୟାଚର ଆଇପିଏସ ଅଫିସର ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି କରାଯାଇଛି । ପାରାଦ୍ୱୀପ ଏଏସ୍‌ପି ଭାବେ କାର୍ଯ୍ୟ କରୁଥିବା ୨୦୨୨ ବ୍ୟାଚର ଆଇପିଏସ ଅଧିକାରୀ ଅଜିଙ୍କ୍ୟ ବି ମାନେଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ରାଜ୍ୟ ପୋଲିସ ହେଡକ୍ୱାର୍ଟରରେ ସହକାରୀ ଆରକ୍ଷୀ ଅଧୀକ୍ଷକ ଥିବା ୨୦୨୧ ବ୍ୟାଚର ଆଇପିଏସ ଅଧିକାରୀ ଏ.ବି. ଶିଳ୍ଫାଙ୍କୁ ବରଗଡ଼ ଏସ୍‌ଡିପିଓ ଭାବେ ବଦଳି କରାଯାଇଛି ।
ସର୍ବଣା ବିବେକଙ୍କ ଉପରେ ରାଜ୍ୟ ସରକାର ଭରସା କରି ବଡ଼ ଦାୟିତ୍ୱ ଦେଇଛନ୍ତି । ସର୍ବଣା ବିବେକ ବ୍ରହ୍ମପୁରରେ ଅପରାଧୀଙ୍କୁ ସାବାଡ଼ କରିବା ନେଇ ଚର୍ଚ୍ଚାକୁ ଆସିଥିଲେ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଓ ବହୁ ଚର୍ଚ୍ଚିତ ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣାର ପର୍ଦ୍ଦାଫାସ କରି ସେ ଚର୍ଚ୍ଚାକୁ ଆସିଥିଲେ । ରାଜଧାନୀର ଡିସିପି ଭାବେ ଦାୟିତ୍ୱ ତୁଲାଇବା ତାଙ୍କ ଆଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। । କାରଣ ଏଠାରେ ଆଇନଶୃଙ୍ଖଳା ପରିଚାଳନାଠାରୁ ଆରମ୍ଭ କରି ସଂଗଠିତ ଅପରାଧ, ଡ୍ରଗ୍ସ କାରବାର, ସାଇବର କ୍ରାଇମ୍‌, ଟ୍ରାଫିକ୍‌ ଓ ଭିଭିଆଇପିଙ୍କ କାର୍ଯ୍ୟକ୍ରମ ସମ୍ଭାଳିବା ସର୍ବଣା ବିବେକଙ୍କ ପାଇଁ ଚ୍ୟାଲେଞ୍ଜ ରହିବ ବୋଲି କୁହାଯାଉଛି ।
ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରୁଥିବା ୨୦୧୩ ବ୍ୟାଚର ଆଇପିଏସ୍ ଅଫିସର ଜଗମୋହନ ମୀନା ଇସ୍ତଫା ଦେବା ପରେ ଭୁବନେଶ୍ୱର ପୋଲିସ ମୁଖିଆ କିଏ ହେବ, ତାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା । ୨୦୨୫ ମାର୍ଚ୍ଚ ୫ରେ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରୁଥିବା ଜଗମୋହନ ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ଜୁନରେ ରାଜ୍ୟ ସରକାରଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଥିଲେ । ରାଜ୍ୟ ସରକାର ଜଗମୋହନଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଗୃହ ମନ୍ତ୍ରାଳୟକୁ ସୁପାରିସ କରିଥିଲେ ।

ଜଗମୋହନଙ୍କ ଇସ୍ତଫା ସେପ୍ଟେମ୍ବର ୧୧ରୁ କାର୍ଯ୍ୟକାରୀ ହୋଇଛି ବୋଲି ସେପ୍ଟେମ୍ବର ୧୭ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଜଗମୋହନଙ୍କ ଇସ୍ତଫା ପଛରେ ଅତ୍ୟଧିକ ଚାପ ଓ କଡା ସମାଲୋଚନା ବୋଲି ଚର୍ଚ୍ଚା ହୋଇଥିଲା । କିଛି ମାସ ମଧ୍ୟରେ ରେଳବାଇ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଓ ଭିଡ ହିଂସା ଘଟଣାରେ କମିଶନରେଟ୍ ପୋଲିସ ଅଡୁଆରେ ପଡିଥିଲା । ପୋଲିସକୁ କଡା ସମାଲୋଚନା କରାଯାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଇନ ଶୃଙ୍ଖଳାକୁ ନେଇ ବୈଠକ କରି ଡିସିପି ମୀନାଙ୍କୁ କଡା ତାଗିଦ କରିଥିଲେ । ଏହି କାରଣ ଦୃଷ୍ଟିରୁ ହଠାତ୍ ମୀନା ଇସ୍ତଫା ନିଷ୍ପତ୍ତି ନେଇଥାପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

  • Related Posts

    ନ୍ୟାସନାଲ ଅର୍ବାନ କନକ୍ଲେଭ, ୨୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ  ଅର୍ବାନ କନକ୍ଲେଭ୍‌ (ଜାତୀୟ ସହରାଞ୍ଚଳ  ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ  ଯାଏ ଏହି ସମ୍ମେଳନ ହେବ । ଏଥିରେ  ସବୁ ମହାନଗର ନିଗମର ମେୟର ଓ  କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି…

    Continue reading
    ବାଣିଶ୍ରୀ ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ

    ଭୁବନେଶ୍ୱର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବାଣିଶ୍ରୀ  ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ । ବୃତ୍ତି ଆବେଦନଗୁଡ଼ିକୁ ଶିକ୍ଷାନୁଷ୍ଠାନ ସ୍ତରରେ ବିଚାରକୁ ନେବା ପାଇଁ ୪୫ ଦିନର ସମୟସୀମା ଧାର୍ଯ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ