ଭୁବନେଶ୍ୱର,01।09: ଭୁବନେଶ୍ୱରର ରେଳ ଅଡିଟୋରିଅମରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ (ଏଚଆଣ୍ଡୟୁଡିଡି) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ସାର୍ବଜନୀନ ଅଧିକାରକୁ ସୁନିଶ୍ଚିତ କରିବା ଏବଂ ଅନ୍ତର୍ଭୁକ୍ତୀକରଣ ସମାଜ ବିକାଶ ପାଇଁ ବ୍ୟାପକ ମଡେଲ ଗଠନ କରି ସହରାଞ୍ଚଳ ଅସମାନତା ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି । ଅନୌପଚାରିକ ବସ୍ତିରେ ଅନ୍ତର୍ଭୁକ୍ତୀକରଣ ଓ ବାସୋପଯୋଗୀ ସହରାଞ୍ଚଳ ବସତି ସ୍ଥାପନ ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ମୁନିସିପାଲିଟି ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏବଂ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ ବୁଝଣାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।
ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ କହିଛନ୍ତି, “ଟାଟା ଷ୍ଟିଲ ଫାଉଣ୍ଡେସନ୍ ରାଜ୍ୟବ୍ୟାପୀ ଜନବସତି ଉପରେ ରୂପାନ୍ତରିତ ପ୍ରଭାବ ଆଣିବା ପାଇଁ ଓଡ଼ିଶା ସରକାରଙ୍କ ସହିତ ଲଗାତାର କାର୍ଯ୍ୟ କରୁଛି। ଆଜିର ଏହି ଏମଓୟୁ ଏ ଦିଗରେ ଆଉ ଏକ ନୂଆ ପଦକ୍ଷେପ। ସହରାଞ୍ଚଳ ବସ୍ତିରେ ବସବାସ କରୁଥିବା ଲୋକମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ଜଣାଇବା ଓ ସେମାନଙ୍କୁ ସକ୍ଷମ କରିବା ଦିଗରେ କାର୍ଯ୍ୟ କରାଯିବ। ଏହା ଆମ ଟିମ୍ ଦ୍ୱାରା ଗତ କିଛି ବର୍ଷ ଧରି କରାଯାଇଥିବା ପ୍ରତ୍ୟକ୍ଷ ପ୍ରୟାସକୁ ପ୍ରଦର୍ଶିତ କରୁଛି। ଏହି କାର୍ଯ୍ୟ ଓଡ଼ିଶାରେ ପରିବର୍ତ୍ତନର ମଡେଲ୍ ପ୍ରସ୍ତୁତ କରିବା ସହ ଏହାର କାର୍ଯ୍ୟକାରିତା ଦିଗରେ ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରତିଶ୍ରୁତିର ଏକ ପ୍ରତିଫଳନ। ଆମ ପ୍ରତି ବିଶ୍ୱାସ ପ୍ରକଟ କରିଥିବା ସମୁଦାୟ, ସହଯୋଗୀ ଏବଂ ଓଡ଼ିଶା ସରକାରଙ୍କୁ ଆମେ କୃତଜ୍ଞତା ଜଣାଉଛୁ।’’ ବୁଝାମଣାପତ୍ର ଅନୁଯାୟୀ ଟାଟା ଷ୍ଟିଲ ଫାଉଣ୍ଡେସନ ରାଜ୍ୟସ୍ତରୀୟ ମିଶନ ମ୍ୟାନେଜମେଣ୍ଟ ୟୁନିଟ୍ ଜାରି ରଖିବ ଏବଂ ୧୦ଟି ଜିଲ୍ଲା ଏବଂ ୧୯ଟି ପୌର ସଂସ୍ଥାରେ ସ୍ଵତନ୍ତ୍ର ଟିମ୍ ମୂତୟନ କରିବ। ଫଳରେ ପ୍ରାୟ ୨.୨୮ ଲକ୍ଷ ବସ୍ତି ପରିବାର ପ୍ରତ୍ୟକ୍ଷ ଭାବରେ ଉପକୃତ ହେବା ଆଶା କରାଯାଉଛି। ଯାହା ମାଧ୍ୟମରେ ସାମାଜିକ କଲ୍ୟାଣ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଯାଇପାରିବ।
ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍
ଏମ୍କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…




