ସ୍ତ୍ରୀକୁ ମାରିଲା ସ୍ୱାମୀ

ଦେଓଗାଁ: ବିବାହକୁ ବର୍ଷେ ବିତିନି ଶାଶୂଘରେ ନବ ବଧୂର ଜୀବନ ଚାଲିଯାଇଛି। ଅଗ୍ନିକୁ ସାକ୍ଷୀ ରଖି ଦିନେ ଯିଏ ସାତ ଜନ୍ମର ସାଥୀ ହୋଇ ରହିବାର ପ୍ରତିଶ୍ରୁତି ଦେଇଥିଲା ଆଜି ସେ ପରିବାର ଲୋକଙ୍କ ସହ ମିଶି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଭଳି ଏକ ଘଟଣା ବଲାଙ୍ଗୀରଜିଲ୍ଲା ତୁଷୁରା ଥାନା ଅଞ୍ଚଳରୁ ଆସିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ସ୍ୱାମୀର ପରକୀୟା ପ୍ରୀତି ରହିଥିବା ଆଲୋଚନା ହେଉଛି। ଏନେଇ ପୁଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ମତେ, ବଲାଙ୍ଗୀର ବାଗଭାଡି ଗାଁର ଅନୁପମା ମହାନନ୍ଦଙ୍କୁ ତୁଷୁରା ଥାନା ମହିପୁର ଗାଁର ମାଇଦାନ୍ତୁ ମହାନନ୍ଦ ୧୦ମାସ ତଳେ ବୈଦିକ ରୀତିନୀତିରେ ବିବାହ କରିଥିଲେ। କିନ୍ତୁ ଗତ ରାତିରେ ତାଙ୍କ ସ୍ତ୍ରୀକୁ ନିଜେ ତଣ୍ଟି ଚିପି ହତ୍ୟା କରିଥିବା ପରିବାର ଲୋକ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ଏପରି କି ସ୍ତ୍ରୀକୁ ଗୁରତର ଦର୍ଶାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଫେରାର ହୋଇଥିଲେ ବୋଲି ସମ୍ପର୍କୀୟ ଭାଇ ସୁମନ୍ତ ନାଗ ସୂଚନା ଦେଇଛନ୍ତି।
ମୃତଦେହ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବେଳେ ତୁଷୁରା ପୁଲିସ ୩ଜଣଙ୍କୁ ଅଟକ ରଖିଛି। ଏପଟେ ଖବର ପାଇ ସାଇଣ୍ଟିଫିକ୍ ଟିମ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତଦନ୍ତ କରୁଥିବା ଜଣାପଡିଛି। ଏନେଇ ପୁଲିସକୁ ଯୋଗାଯୋଗ କରିବାରୁ ତଦନ୍ତ ଚାଲିଛି ପରେ ସବୁ ସୂଚନା ଦିଆଯିବ ବୋଲି ବଲାଙ୍ଗିର ଏସଡିପିଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି।

  • Related Posts

    ଗୁଣିଗାରେଡ଼ି ସନ୍ଦେହ: ମା’ ଓ ଝିଅକୁ ହାଣିଦେଲେ

    ସମ୍ବଲପୁର : ସମ୍ବଲପୁରରେ ଡବଲ ମର୍ଡର। ଶାସନ ଥାନା ଗିରିପାଲିରେ ଡବଲ ମର୍ଡର। ମା’ ଓ ଝିଅକୁ ହତ୍ୟା। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଶୋଇଥିବା ଅବସ୍ଥାରେ ଟାଙ୍ଗିଆ…

    Continue reading
    ସୌମ୍ୟ ମୃତ୍ୟୁ ମାମଲା ; ଆଉ ଜଣେ ଗିରଫ

    ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୌମ୍ୟ ମୃତ୍ୟୁ ମାମଲାରେ ବଢୁଛି ଗିରଫ ସଂଖ୍ୟା। ଏହି ମାମଲାରେ ମଙ୍ଗଳବାର ଆଉ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ (୪୬)। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ