ସ୍ୱାମୀ ଲକ୍ଷ୍ମଣାନନ୍ଦ କମିସନ୍‌ ରିପୋର୍ଟ ହଜିବା ଦୁର୍ଭାଗ୍ୟଜନକ ଘଟଣା :ଜଷ୍ଟିସ ଏ.ଏସ୍‌ ନାଇଡୁ

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ନାଇଡୁ କମିସନ୍‌ ରିପୋର୍ଟ ହଜିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏ.ଏସ୍‌ ନାଇଡୁ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି। ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆ ଯାଇଥିଲା। ଏହା ଚୋରି ହେବା ସହଜ କଥା ନୁହେଁ। ରିପୋର୍ଟର ଦ୍ବିତୀୟ କପି ନାହିଁ। କନ୍ଧମାଳରେ ଧର୍ମାନ୍ତିକରଣ ଜୋର ଚାଲୁଥିଲା। ତାକୁ ନେଇ ଲକ୍ଷ୍ମଣାନନ୍ଦ ସ୍ୱର ଉତ୍ତୋଳନ କରୁଥିଲେ ତାପରେ ଦଙ୍ଗା ହୋଇଥିଲା। ୨୦୧୨ରେ ନାଇଡୁ କମିସନ୍‌ ଦାୟିତ୍ବ ନେଇଥିଲେ ଏବଂ ୩ବର୍ଷ ଧରି ତଦନ୍ତ ହୋଇଥିଲା।

କମିସନ୍‌ଙ୍କ ନିକଟରେ ଅନେକ ସାକ୍ଷୀ ଦେଇଛନ୍ତି। ବହୁତ ସାକ୍ଷୀଙ୍କୁ କୋର୍ଟକୁ ଡାକି ଜେରା କରାଯାଇଛି। ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ସାକ୍ଷୀ ଦେବା ପାଇଁ ଡକା ଯାଇଥିଲା ତାଙ୍କ ସ୍ତ୍ରୀ ଆସି ସାକ୍ଷୀ ଦେଇଥିଲେ। ସବ୍ୟସାଚୀ ପଣ୍ଡା ଜେଲରେ ଥିବାରୁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ତାଙ୍କୁ ଜେଲରୁ ଆଣି ସାକ୍ଷୀ ଦେବା ସରକାରଙ୍କ ପକ୍ଷରୁ ସମ୍ଭବ ହେଲା ନାହିଁ। ରିପୋର୍ଟ ପୁନଃଉଦ୍ଧାର କରିବା ସମ୍ଭବ ନୁହେଁ। ରିପୋର୍ଟଟି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଏ। ରିପୋର୍ଟ କୁ ସାର୍ବଜନୀନ କରିବା କଥା ତାହା କରାଯାଇନଥିବା କହିଛନ୍ତି ଜଷ୍ଟିସ ଏ.ଏସ୍‌ ନାଇଡୁ।

  • Related Posts

    ଥାର୍ଡ ଡିଗ୍ରୀ : ୨ ଅବକାରୀ ଅଧିକାରୀ ନିଲମ୍ବିତ

    କେନ୍ଦ୍ରାପଡ଼ା : ଚୋରାମଦ ବିକ୍ରି ନେଇ ଅଭିଯୋଗ କରିଥିବା ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିବା ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀ ନିଲମ୍ବନ ହୋଇଛନ୍ତି।ନିଲମ୍ବିତ ଅଧିକାରୀ ଦୁଇ ଜଣ ହେଲେ ଅବକାରୀ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକ।…

    Continue reading
    ହାତୀ ଆକ୍ରମଣରେ ଯୁବକ ମୃତ

    ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଚଡ଼େଇମେରା ପଞ୍ଚାୟତ ଅନ୍ତର୍ଗତ ସଙ୍ଘାପଶି ଗ୍ରାମ ତଳ ସାହିରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି।ମୃତକ ଅନୁଗୁଳ ଜିଲ୍ଲା ରତଲେଇର ଜଗନ୍ନାଥପୁର ଗ୍ରାମର ସୁଶାନ୍ତ ନାୟକ(୩୨) ବୋଲି ଜଣାପଡିଛି। ସୁଶାନ୍ତ ନିଜର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ