ଭୁବନେଶ୍ୱର: ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ତେଜୁଛି ଆନ୍ଦୋଳନ । ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧ । ଲୋୟର ପିଏମଜି ରେ ପୁଲିସ୍- ବିଜଡେି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ବିଜେଡିର ଲୋକସେଭା ଭବନ ଘେରାଉ ଉଦ୍ୟମ ବେଳେ ଉପୁଜିଛି ଆନ୍ଦୋଳନ । ବିଜେଡି କର୍ମୀଙ୍କ ଉପରୁକୁ ପାଣି ମାଡ ସହ ଲୁହାବହା ଗ୍ୟାସ୍ କରିଛି ପୁଲିସ୍ । ଏହି ଲୁହାବୁହା ଗ୍ୟାସ୍ ମାଡରେ ପ୍ରଣବପ୍ରକାଶ ଦାସ ଆହତ ହୋଇଥିବା ବେଳେ ପ୍ରୀତିରଞ୍ଜନ ଘଡେଇ ଆହତ ହୋଇଥିବା ସୂଚନା । ସେହିପରି ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ଏପଟେ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବବି । ଆନ୍ଦେୋଳନ କାରୀଙ୍କୁ ଉଠାଇନେଇଛି ପୋଲିସ୍ । ସତାଧିକ ବିଜଡେି କର୍ମୀ ଅଟକ ଥିବା ସୂଚନା । ଏଫ୍ଏମ୍ କଲେଜ୍ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରତିବାଦ ତୀବ୍ର ରୂପ ଧାରଣ କରିଛି । ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ଓ ସୁରକ୍ଷାକର୍ମୀ ସେମାନଙ୍କ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି କର୍ମୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହାସହ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୁଲିସ ପାଣିମାଡ଼ କରୁଥିବା ଦେଖିବାକୁ ମିଳିଛି । ଆନ୍ଦୋଳନ ତୀବ୍ର ହେବାରୁ ପୁଲିସ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଛି । କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି । ଆନ୍ଦୋଳନକାରୀଙ୍କ ଦାବି ରହିଛି କି ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ନୁହେଁ ରାଜ୍ୟ ସରକାର ୨ କୋଟି ଟଙ୍କା ସହାୟତା ପ୍ରଦାନ କରନ୍ତୁ । ଏହାସହ ଉଚ୍ଚଶିକ୍ଷାମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇସ୍ତଫା ଦିଅନ୍ତୁ । ଘଟଣାର ବିଚାରବିଭାଗୀୟ ତଦନ୍ତ ହେଉ । ଏସବୁ ସହ ସରକାର ରାଜରାସ୍ତାରେ ଆଣ୍ଠୁମାଡ଼ି ନିଜର ଭୁଲ ପାଇଁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବିଜେଡ଼ି ଦାବି କରିଛି ।
ଧର୍ମେନ୍ଦ୍ର ନିଜକୁ ନିଜେ ବଦନାମ କରିଛନ୍ତି:ରୋହିତ
ଭୁବନେଶ୍ୱର: ନିଟ୍ ପ୍ରସଙ୍ଗରେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କ ନିର୍ଦ୍ଦେଶରେ ଧର୍ମେନ୍ଦ୍ରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା ବିଜେଡି । ଏମିତିକି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା…




