ଇତିହାସ ରଚିଲା ଇସ୍ରୋ: ଲଞ୍ଚ ହେଲା ବାହୁବଳୀ କମ୍ୟୁନିକେସନ୍ ସାଟେଲାଇଟ୍ CMS-03

ନୂଆଦିଲ୍ଲୀ: ଇତିହାସ ରଚିଲା ଇସ୍ରୋ । ଲଞ୍ଚ ହେଲା ବାହୁବଳୀ କମ୍ୟୁନିକେସନ୍ ସାଟେଲାଇଟ୍ CMS-03 । LVM3-M5 ରକେଟ୍ ସାହାଯ୍ୟରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ସଂଧ୍ୟା ୫.୨୫ ମିନିଟରେ ଲଞ୍ଚ୍ ହୋଇଛି । ୪,୦୦୦ କିଲୋଗ୍ରାମରୁ ଅଧିକ ଓଜନର ଏହି ସାଟେଲାଇଟକୁ ମହାକାଶକୁ ଶ୍ରୀହରିକୋଟା ସ୍ଥତ ସତୀଶ ଧଓ୍ବନ ସ୍ପେସ୍ ସେଣ୍ଟରରୁ ଯାତ୍ରା କରିଛି LVM3-M5 ରକେଟ୍ ।

​​​​​​​ଭାରତୀୟ ମାଟିରୁ ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର ଅରବିଟ୍‌କୁ ଉତକ୍ଷେପଣ କରାଯାଇଥିବା ଏହା ସବୁଠାରୁ ଓଜନିଆ କମ୍ୟୁନିକେସନ ସାଟେଲାଇଟ୍ । ଏହି ଉପଗ୍ରହ ମୁଖ୍ୟତଃ ଭାରତୀୟ ନୌସେନା ପାଇଁ ନିର୍ମିତ ହୋଇଛି । ଏହା ଜାହଜ, ବୁଡ଼ା ଜାହଜ ଏବଂ ବିମାନଗୁଡ଼ିକୁ ସୁରକ୍ଷିତ ତଥା ଉନ୍ନତ ଯୋଗାଯୋଗ ସେବା ଯୋଗାଇବ । ସାମୁଦ୍ରିକ ଏବଂ ରଣନୈତିକ ସଂଯୋଗ ବୃଦ୍ଧିରେ ଏହା ଭୂମିକା ରହିବ । ଏହି ମିଶନ ଦ୍ୱାରା ଭାରତର ମହାକାଶଭିତ୍ତିକ ସାମିରିକ ଓ ବେସାମରିକ ବ୍ୟବସ୍ଥା ମଜଭୁତ ହେବ । ଭବିଷ୍ୟତରେ ହେବାକୁ ଥିବା ଗଗନଯାନ ମିଶନ ପାଇଁ ମଧ୍ୟ ସହାୟକ ହେବ ।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ