ଉପକୂଳ-ପଶ୍ଚିମରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:ଜୁଲାଇ ମାସରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ବହୁ ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ । କିନ୍ତୁ ଉପକୂଳ ଓ ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ଭଲ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜୁଲାଇ ମାସରେ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ପ୍ରାୟ ୪୭% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ବର୍ଷା ଅଭାବ ଯୋଗୁ ଚାଷ କାମ ପ୍ରଭାବିତ ହୋଇପାରେ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । କିନ୍ତୁ ଆଗକୁ ଏହି ସ୍ଥିତିରେ ସୁଧାର ଆସିପାରେ । ଆସନ୍ତା ଦୁଇ ସପ୍ତାହ ଭଲ ବର୍ଷା ହେବ । ଜୁଲାଇ ୫ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗତକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱରରେ ବର୍ଷା ଜାରି ରହିଛି ।

ଜୁଲାଇ ମାସରେ ଉପକୂଳରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା, କେନ୍ଦ୍ରୀୟ ଅଞ୍ଚଳ (ମଧ୍ୟ ଓଡ଼ିଶା)ରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ଅଛି । ରାଜ୍ୟର ଉଚ୍ଚଭୂମି ଓ ପୂର୍ବଘାଟ ପର୍ବତମାଳା ଭଳି ଭୌଗାଳିକ ସ୍ଥିତି ମୌସୁମୀ ବାୟୁ ସହ ପ୍ରତିକ୍ରିୟା କରୁଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଜୁଲାଇ ମାସର ପ୍ରଥମ ଦୁଇ ସପ୍ତାହର ବର୍ଷା ରାଜ୍ୟରେ ଧାନ ଚାଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଜୁନ୍ ମାସର ନିଅଣ୍ଟିଆ ବର୍ଷାକୁ ଭରଣା କରିବାରେ ଲଘୁଚାପ ସହାୟକ ହେବ । ବର୍ଷା ଯୋଗୁ ଧାନ ତଳି ରୋଇବା ଓ ବୁଣା କାମ ସୁବିଧାଜନକ ହେବ । ସେପଟେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଜୁଲାଇ ୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଯାଇପାରେ । କିନ୍ତୁ ଏହା କୌଣସି ଅବପାତ ବା ଗଭୀର ଅବପାତରେ ପରିଣତ ହେବାର ଆଶଙ୍କା ନାହିଁ ।

ଲଘୁଚାପ ଘନୀଭୂତ ହୋଇ ଧୀରେ ଧୀରେ ଆଗକୁ ବଢ଼ିଲେ ଅଧିକ ବର୍ଷା ହୋଇପାରେ । ଆଇଏମଡି ଡିଜି ପୁଣି କହିଛନ୍ତି, ଗ୍ଲୋବାଲ୍ ପାଣିପାଗ ସ୍ଥିତି ଅନୁସାରେ, ଗତ ୧୦ ତାରିଖରେ ଏକ ଦୁର୍ବଳ ଏଲ୍ନିନା ସ୍ଥିତି ସୃଷ୍ଟି ହେବା ନେଇ ଘୋଷଣା କରାଯାଇଥିଲା । ଏବେ ଏହାର ତୀବ୍ରତା ଧୀରେ ଧୀରେ ବଢୁଛି । ଜୁଲାଇ ଏବଂ ଅଗଷ୍ଟରେ ଏହା ‘ମଧ୍ୟମ’ ସ୍ଥିତିରେ ରହିପାରେ । ସେପ୍ଟେମ୍ବର ବେଳକୁ ଏହା ଏକ ‘ଶକ୍ତିଶାଳୀ’ ଏଲ୍ନିନୋରେ ପରିଣତ ହେବ । ଏହା ପାଣିପାଗ ଉପରେ ପ୍ରଭାବ ପକାଇପାରେ । ଭାରତ ମହାସାଗରରେ ଇଣ୍ଡିଆନ୍ ଓସେନ୍ ଡାଇପୋଲ୍(ଆଇଓଡି) ସେପ୍ଟେମ୍ବର ମାସ ଆଡ଼କୁ ପଜିଟିଭ୍ ସ୍ଥିତିକୁ ଗତି କରିପାରେ । ପଜିଟିଭ୍ ଆଇଓଡି ପ୍ରଭାବରେ ସୋମାଲିଆ ଓ ଆରବ ସାଗର ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ପାଏ । ଏହା ମୌସୁମୀ ବାୟୁକୁ ଦକ୍ଷିଣ ଗୋଲାର୍ଦ୍ଧରୁ ଭାରତ ଆଡ଼କୁ ଅଧିକ ସକ୍ରିୟ ଭାବେ ପ୍ରବାହିତ କରାଏ । ଏଭଳି ହେଲେ ଏଲ୍ନିନୋର ପ୍ରଭାବ ରୋକିହେବ । ଏହା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଚାଷ କାମ ପାଇଁ ଆଶ୍ୱସ୍ତି ଆଣିବ । ବର୍ଷା ଯୋଗୁ ଜୁଲାଇ ପ୍ରଥମ ସପ୍ତାହରେ ତାପମାତ୍ରା କମ୍ ରହିବ । ମୌସୁମୀ ପ୍ରବାହ ଯୋଗୁ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିପାରେ । ଯେଉଁ ସମୟରେ ବର୍ଷା ନହେବ, ସେଦିନ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଯେଉଁ ସମୟରେ ବର୍ଷା ନହେବ, ସେଦିନ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ବୁଧବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତଥ୍ୟ ଦେଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।

  • Related Posts

    ratna bhander puri ୩୧ରେ ହେବ ରତ୍ନଭଣ୍ଡାରର ଗଣତି ମଣତି

    ପୁରୀ: ଆସନ୍ତା ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ଗଣତି ମଣତି କରାଯିବ। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ଗଣତି ମଣତି କରାଯିବ।…

    Continue reading
    low pressur rain ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ

    ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଗତକାଲି ମିଆଁମାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ, ଆଜି ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ବାଂଲାଦେଶ ଉପକୂଳସ୍ଥ ସମୁଦ୍ର ଅଞ୍ଚଳ ଉପରେ ବାୟୁମଣ୍ଡଳର ୫.୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ