
ଦେବଗଡ଼:ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ମେରା ଯୁବା ଭାରତ ପକ୍ଷରୁ ଆଜି ରିଆମାଳ ବ୍ଳକର ଲୁଲଙ୍ଗ ପଞ୍ଚାୟତ ସଭାଗୃହରେ ଯୁବ ଅନୁଷ୍ଠାନ ବିକାଶ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ ମେରା ଯୁବା ଭାରତର ପ୍ରଦୀପ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ୟୁଧିଷ୍ଟିର ପ୍ରଧାନ ମୁଖ୍ୟ ଅତିଥି,ଅବସରପ୍ରାପ୍ତ ଶ୍ରମ ଅଧିକାରୀ ନିରଞ୍ଜନ କୁମୁରା,ରାକେଶ ଦାଶ,ସ୍ଵେଚ୍ଛାସେବୀ ପ୍ରମୋଦ ବେହେରା,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡମ୍ବରୁଧର ସାହୁ ଓ କ୍ରୀଡ଼ା ଶିକ୍ଷକ ବିଭୂତି ଭୂଷଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ସମାଜ ଗଠନରେ ଯୁବ ସମାଜ ର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ନୂତନ ଅନୁଷ୍ଠାନ ଗଠନ,ପଞ୍ଜୀକରଣ,ବିଭିନ୍ନ ସାମାଜିକ ଓ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ଵେଚ୍ଛାସେବୀ ଗତିକୃଷ୍ଣ ପ୍ରଧାନ,ହର ପ୍ରସାଦ ସାହୁ,ଗୋବର୍ଦ୍ଧନ ଭୋଇ,ଟିକେଶ୍ୱର ବେହେରା,ପରମେଶ୍ଵର ସାହୁ, ସଞ୍ଜୟ ବାଘ ଓ ସୁଧାଂଶୁ ସ୍ଵାଇଁ ସହଯୋଗ କରିଥିଲେ।




