
ଦେବଗଡ: ରିଆମାଳ ତହସିଲ କାର୍ଯ୍ୟାଳୟରେ ଆଜି ପ୍ରି ସେଟେଲମେଣ୍ଟ ବିକ୍ରୟ ଦଲିଲ ଆଧାରିତ ମ୍ୟୁଟେସନ ମାମଲାର ୨୫ ଆବେଦନକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି।ଏଥିରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଅତିରିକ୍ତ ତହସିଲଦାର ପ୍ରେମ ପ୍ରକାଶ ହୋର, ହରମେନ୍ଦ୍ର ଭୋଇ ଯୋଗ ଦେଇଥିଲେ। ଜିଲାପାଳଙ୍କ କାର୍ଯାଳୟରେ ଅତିରିକ୍ତ ଜିଲାପାଳଙ୍କ ବିଚାରାଧୀନ ଥିବା ମାମଲାକୁ ରିଆମାଳ ତହସିଲଦାରଙ୍କୁ ନୂତନ ଆଇନ ଅନୁଯାଇ ଫଇସଲା କରିବା ପାଇଁ ହସ୍ତାନ୍ତର କରଯାଇଥିଲା। ଏହି ପରିପ୍ରେକ୍ଷୀରେ ତହସିଲ କାର୍ଯ୍ୟାଳୟର ସକ୍ରିୟ ପଦକ୍ଷେପ ଫଳରେ ତନ୍ମଧ୍ୟରୁ ୨୫ଟି ମାମଲାର ଫଇସଲା କରାଯାଇ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଅବଶିଷ୍ଟ ମାମଲାର ତ୍ବରିତ ଫଇସଲା ପାଇଁ ତହସିଲ କାର୍ଯ୍ୟାଳୟରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ବହୁଦିନ ଧରି ଅପେକ୍ଷାରତ ତତ୍ସମନ୍ଧୀୟ ମାମଲାର ତ୍ୱରିତ ଫଇସଲା ସମ୍ଭବ ହୋଇପାରିଛି।




