ଏଚ୍.ପି.ଭି ଟୀକାକରଣ: ବିଏମସି ହସପିଟାଲରେ ଟୀକା ନେଲେ 84 ବାଳିକା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଡାକ୍ତରଖାନାରେ ସରକାରଙ୍କ ତରଫରୁ ଚାଲିଥିବା ଏଚ୍.ପି.ଭି ଟୀକାକରଣ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଜରାୟୁ ଗ୍ରୀବା କର୍କଟ ରୋଗରୁ ଏଚ୍.ପି.ଭି ଟୀକାର ଗୋଟିଏ ମାତ୍ର ଡୋଜ୍ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାଏ । ବର୍ତ୍ତମାନ ଏହି ଟୀକା ସରକାରଙ୍କ ନିୟମ ଅନୁଯାୟୀ 14-15 ବର୍ଷର ବାଳିକାମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ବିନା ମୂଲ୍ୟରେ ଉପଲବ୍ଧ । ବର୍ତ୍ତମାନ ସୁଦ୍ଧା ବିଏମ୍ ସି ଅଂଚଳରେ ପାଖାପାଖି 1 ହଜାର ବାଳିକା ଏହି ଟୀକା ନେଇସାରିଛନ୍ତି । ଆଜି ଗୋଟିଏ ଦିନରେ 110 ଜଣ ବାଳିକା ବିଭିନ୍ନ ଡାକ୍ତରଖାନାରେ ଟୀକା ନେଇଥିବା ବେଳେ କେବଳ ବିଏମ୍ ସି ହସ୍ପିଟାଲରେ 84 ଜଣ ବାଳିକା ଟୀକା ନେଇଛନ୍ତି ।
ଆଜି ସ୍ଥାନୀୟ ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟଠାରେ 84 ଜଣ ଛାତ୍ରୀ ଏହି ଟୀକାକରଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଏଚ୍.ପି.ଭି ଟୀକା ନେଇଛନ୍ତି ଏବଂ ଜରାୟୁ ଗ୍ରୀବା କର୍କଟ ରୋଗରୁ ନିଜକୁ ସୁରକ୍ଷା ଦେଇଛନ୍ତି । ବିଏମ୍ ସି ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସିଦ୍ଧାର୍ଥ ଶଙ୍କର ରାୟ ନିଜେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଏଚ୍.ପି.ଭି. ଟୀକାର ଉପକାରିତା ସଂପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ମଧ୍ୟ ଏ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି ।
କାର୍ଯ୍ୟକ୍ରମରେ ସିପିଏମ୍ ଏଲିନା ମହାପାତ୍ର, ଏପିଏମ୍ ସନ୍ତୋଷ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ । ବିଏମ୍ ସି ଡାକ୍ତରଖାନାର ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଇଏଲଆର ଇନଚାର୍ଜ ସମସ୍ତ ବାଳିକାଙ୍କୁ ଟୀକା ଦେଇଥିଲେ । ୟୁଡିଏମ୍ ଆକାଉଣ୍ଟାଣ୍ଟ ଓ ଏମ୍ଆର୍ ଏ ପ୍ରମୁଖ କମ୍ପ୍ୟୁଟର ମାଧ୍ୟମରେ ପଞ୍ଜିକରଣ କରାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜନସ୍ୱାସ୍ଥ୍ୟ ପରିଚାଳକ ରଣଜିତ୍ ସ୍ୱାଇଁ ସଫଳତାର ସହ ପରିଚାଳନା କରିଥିଲେ ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ