ଚପଲରୁ ମିଳିଲା ମୃତକର ପରିଚୟ: ଡିଏନଏ ରିପୋର୍ଟରେ ଧରାପଡ଼ିଲା ହତ୍ୟାକାରୀ

ଉଦଳା: ଚପଲରୁ ମିଳିଲା ମୃତକର ପରିଚୟ । ଅଢେଇ ବର୍ଷ ପରେ ଖୋଲିଲା ହତ୍ୟା ରହସ୍ୟ । ଡିଏନଏ ରିପୋର୍ଟରେ ଧରାପଡ଼ିଲା ହତ୍ୟାକାରୀ । ୨୦୨୩ ନଭେମ୍ବର ୮ରେ ଉଦଳା ଥାନା ବହୁବନ୍ଧ ସୁରେଇସାହି କାଜୁ ଜଙ୍ଗଲର ଏକ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହୋଇଥିଲା ଅଜଣା ମୃତଦେହ । ସେବେଠୁ ମୃତକଙ୍କ ପରିଚୟ ପାଇନଥିଲା ପୋଲିସ ।

ଘଟଣାର ୩ ମାସ ପରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରିଥିଲା । ତେବେ ଗତ ଜୁନ ୧୭ ତାରିଖରେ ନିଖୋଜ ବାପାଙ୍କୁ ଖୋଜି ଖୋଜି ଥାନାରେ ପହଞ୍ଚିଥିଲେ ଶୁଖୁଆସାହି ଗ୍ରାମର ବିଶ୍ବନାଥ ସିଂ । ସେହି ସମୟରେ ଅଜଣା ମୃତଦେହ ପାଖରୁ ମିଳିଥିବା ଚପଲ ଦେଖି ତାହା ତାଙ୍କ ବାପା ଯୁବରାଜ ସିଂଙ୍କ ଚପଲ ବୋଲି ଦାବି କରିଥିଲେ। ପରେ କ୍ରାଇମବ୍ରାଞ୍ଚ ତାଙ୍କ ଡିଏନଏ ପରୀକ୍ଷା କରିବା ପରେ ଖୋଲିଗଲା ସବୁ ରହସ୍ୟ।

ଯୁବରାଜ ସିଂଙ୍କୁ ଗୁଣି ଗାରେଡି ପାଇଁ ବଣସାହି ଗାଁର ତିନି ଜଣ ହତ୍ୟା କରି ଫିଙ୍ଗିଦେଇଥିଲେ । ଅଭିଯୁକ୍ତମାନେ ହେଲେ ସାନଗୌର ମୋହନ ସିଂ, ନରହରି ସିଂ ଏବଂ ଜଣେ ନାବାଳକ । ଯୁବରାଜଙ୍କୁ ଏକ ରଶି ସାହାଯ୍ୟରେ ତଣ୍ଟିଚିପି ହତ୍ୟା କରିବା ପରେ କୂଅରେ ପକାଇ ଦେଇଥିଲେ। କ୍ରାଇମବ୍ରାଞ୍ଚ ମାମଲାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ