ଏସଟିଏଫ୍‌ ପଞ୍ଜାରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ; ୨ ଗିରଫ, ୫୦ ଲକ୍ଷର ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜ୍ୟରେ ଚୋରା ନିଶା କାରବାର ବିରୋଧରେ କ୍ରାଇମବ୍ରାଞ୍ଚର ଏସଟିଏଫ୍‌କୁ ଆଉ ଏକ ବଡ଼ ସଫଳତା ମିଳିଛି । ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଏକ ବଡ଼ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଏସଟିଏଫ । ଏହି ମାମଲାରେ ସଂପୃକ୍ତ ଥିବା ଦୁଇଜଣ ସକ୍ରିୟ ଚୋରା ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଏସଟିଏଫ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଟିମ୍ ପକ୍ଷରୁ ଏକ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଦୁଇ ଅଭିଯୁକ୍ତଙ୍କୁ କାବୁ କରାଯିବା ସହ ସେମାନଙ୍କ ନିକଟରୁ ବେଆଇନ ଭାବେ ଚାଲାଣ ହେଉଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇକୁ ବାହାର ରାଜ୍ୟକୁ ପଠାଇବା ପାଇଁ ଯୋଜନା ଚାଲିଥିଲା ।

ଏହି ବେଆଇନ ନେଟୱର୍କର ମୁଖ୍ୟ କାର୍ପଟଦାର ବା ‘କିଙ୍ଗପିନ’ ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ତାକୁ ଗିରଫ କରିବା ପାଇଁ ଏସଟିଏଫ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବାହାର ରାଜ୍ୟକୁ ପଠାଯାଇଛି । ଅଭିଯୁକ୍ତମାନଙ୍କୁ ପ୍ରାଥମିକ ଜେରା କରିବା ପରେ ଏସଟିଏଫ୍ ହାତରେ କିଛି ଚାଞ୍ଚଲ୍ୟକର ତଥ୍ୟ ଲାଗିଛି । ମିଳିଥିବା ସୂଚନା ମୁତାବକ, ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗଟି ଗତ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୨୦ କୋଟି ଟଙ୍କାର ଗଞ୍ଜେଇ ଓଡ଼ିଶାରୁ ବାହାର ରାଜ୍ୟକୁ ଚୋରା ଚାଲାଣ କରିସାରିଛି । ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ସ୍ଥାନରୁ ଗଞ୍ଜେଇ ସଂଗ୍ରହ କରାଯାଇ ପଡ଼ୋଶୀ ଏବଂ ଦୂରବର୍ତ୍ତୀ ରାଜ୍ୟଗୁଡ଼ିକୁ ସପ୍ଲାଏ କରାଯାଉଥିଲା । ଏସଟିଏଫ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଧରାପଡ଼ିଥିବା ଦୁଇ ଅଭିଯୁକ୍ତଙ୍କୁ ବର୍ତ୍ତମାନ ମାରାଥନ ଜେରା କରାଯାଉଛି । ଏହି ପୂରା ନେଟୱର୍କର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ ଜାରି ରହିଛି ।

  • Related Posts

    ହାତୀ ଆକ୍ରମଣରେ ଯୁବକର ମୃତ୍ୟୁରେ ସଙ୍ଘାପଶିରେ ଉତ୍ତେଜନା

    ହାତୀକୁ ଘଉଡ଼ାଇବା ଓ କ୍ଷତିପୂରଣ ଦାବିରେ ୨୦ ଘଣ୍ଟା ଧରି ଶବକୁ ଛାଡ଼ିଲେନି ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଚଢ଼େଇମରା ପଞ୍ଚାୟତ ଅନ୍ତର୍ଗତ ସାଙ୍ଗାପସି ତଳ ସାହିରେ ବୁଧବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନା ଦେଖାଯାଇ…

    Continue reading
    ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ବୈଠକ

    ଦେବଗଡ଼:ପୌରାଚଂଳର ପ୍ରଧାନପାଟ ରୋଡସ୍ଥିତ କ୍ରିଷ୍ଟାଲ ପ୍ୟାଲେସରେ ଆଜି ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ବୈଠକ ଅନୁଷ୍ଠିତ ହୋଇଯାଇଛି। ୟୁନିଅନର ସଭାପତି ଇଂ ସୁଜିତ ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସରକାରୀ ନିର୍ମାଣ କାର୍ଯ୍ୟର ସୁପରିଚାଳନା ଏବଂ ଠିକାଦାରମାନଙ୍କ ସମସ୍ୟା ସମ୍ପର୍କରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ